
ଭୁବନେଶ୍ୱର, 24 ଫେବୃଆରୀ
(ହି.ସ.) ଚାଷୀ ମାନଙ୍କ ସମସ୍ୟାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ମାନଙ୍କର
ଆନ୍ଦୋଳନ ଓ ନାରାବାଜୀକୁ ନେଇ ଉତର ଦେଇଛନ୍ତି ବିଜେପି ବିଧାୟକ ଇରାଶୀଷ ଆଚାର୍ଯ୍ୟ ।
ଆଜି ଶୂନ୍ୟକାଳରେ ସେ
କହିଛନ୍ତି ଯେ, କଂଗ୍ରେସ ପୂର୍ବରୁ ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦେଇଥିଲା । ଗ୍ରହଣ ବି
ହୋଇଥିଲା କିନ୍ତୁ ଆଲୋଚନା ନକରି ହଟ୍ଟଗୋଳ କରି ଗୃହକୁ ବନ୍ଦ କଲେ । କୌଣସି ମଣ୍ଡି ସମସ୍ୟା
ନାହିଁ । 24 ବର୍ଷରେ ଯେଉଁମାନେ ଗୋଟିଏ ମଣ୍ଡି ତିଆରି କରିନଥିଲେ ସେମାନେ ଆଜି କହୁଛନ୍ତି ଧାନ
ନଉଠିବା କଥା । ପୂର୍ବ ସରକାରରେ ଟୋକନ ଲାପସ ହେଉଥିଲା । ଏବେ ଟୋକନ ଲାପସ ହେଉନାହିଁ ।
ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ଚାଷୀ ଅଧିକ ଧାନ ଚାଷ କରୁଛନ୍ତି, ଅଧିକ ଟଙ୍କା
ପାଉଛନ୍ତି । ତେବେ ବିରୋଧୀ କାହାକୁ ଭ୍ରମିତ କରୁଛନ୍ତି । ଚାଷୀଙ୍କ ପ୍ରଗତି ହେଉ ବୋଲି ବିରୋଧୀ
ଚାହୁଁ ନାହାନ୍ତି । 7 ଦିନ ହେବ ବିରୋଧୀ ଆଲୋଚନାକୁ ନଆସି ପ୍ରତିବାଦ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ପଳାୟନପନ୍ଥି ନୁହନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ
ଅଛନ୍ତି । ସରକାର ଅନ୍ନଦାତାଙ୍କ ପାଇଁ ସମ୍ବେଦନଶୀଳ ଅଛନ୍ତି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ