
ବଲାଙ୍ଗିର, 24 ଫେବ୍ରୁଆରି (ହି.ସ.)
ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୁଲ୍ୟରେ ସଂସଦର ସଂପାଦକ ବିଶିଷ୍ଟ ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ *ପାରମ୍ପରିକ ମୂଲ୍ୟବୋଧ ବନାମ ଜେନ୍-ଜି* ଶୀର୍ଷକ ଏକ ଆଲୋଚନା ଚକ୍ର ସ୍ଥାନୀୟ ତୋଷାଳୀ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଡ. ଦାଶ କହିଥିଲେ ମୂଲ୍ୟବୋଧ ଦେଉଛି ଆଧାର କିନ୍ତୂ ଆଧୁନିକତା ଦେଉଛି ଆଗାମୀ ଆକାଂକ୍ଷା ବୋଲି କହିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ସଚ୍ଚିଦାନନ୍ଦ ପଟ୍ଟନାୟକ ଯୋଗ ଦେଇ ଜେନ୍-ଜି ପିଢି ଆଗାମୀ ଦିନରେ ସୁପରମ୍ୟାନ ହେବେ ବୋଲି ମତ ପ୍ରକାଶ କରିଥିଲେ। ଅତି ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ବାଗ୍ମୀ ତୁଳସୀ ଜୈନ ଯୋଗ ଦେଇ ସମାଜ ପାଇଁ ପୂର୍ବ ପିଢି ଓ ଉତ୍ତର ପିଢିର ସମାନ ଉପଯୋଗିତା ରହିଛି ବୋଲି ମନ୍ତବ୍ୟ ଦେଇଥିଲେ। ଡ. ସୁଧାଂଶୁ ମେହେର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉଭୟ ପିଢି ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ଆବଶ୍ୟକ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ବରୁଣ ସାହୁ, ଶିକ୍ଷାବିତ୍ ସଞ୍ଜିବ ସାହୁ, ସୁଭାଷ ଚନ୍ଦ୍ର ମିଶ୍ର, ଶ୍ୟାମ ସୁନ୍ଦର ପ୍ରଧାନ ଓ ସୁଧାକର ପ୍ରଧାନ ଯୋଗ ଦେଇ ନିଜ ନିଜ ମତ ପୋଷଣ କରିଥିଲେ। ଅନ୍ୟତମ ଆଲୋଚକ ଭାବରେ ଦେବାଶିଷ ମହାପାତ୍ର, ପ୍ରକାଶ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ବେହେରା, ଶୁଭେନ୍ଦୁ ପ୍ରସାଦ ଷାଣ୍ଢ ଓ ପ୍ରତିଚୀ ପଟ୍ଟନାୟକ ପ୍ରମୁଖ ଉକ୍ତ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ଭକ୍ତବନ୍ଧୁ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଂକେତ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ