
ବଲାଙ୍ଗିର, 24 ଫେବ୍ରୁଆରି (ହି.ସ.)
ବଲାଙ୍ଗୀରର ବିଶିଷ୍ଟ କବି ଡ଼ ଗୋପିକୃଷ୍ଣ ପଣ୍ଡିଆ ଗତ ତା ୨୨-୦୨-୨୬ ରେ ସାହିତ୍ୟ କ୍ଷେତ୍ରରେ ସମ୍ବର୍ଦ୍ଧିତ ହୋଇଛନ୍ତି | ଶର୍ମି କାବ୍ୟ ଲେଖା ସାହିତ୍ୟ ସଂସଦର ୨ୟ ବାର୍ଷିକତ୍ସବରେ କଟକ ଶତାବ୍ଦୀ ଭବନ ପରିଷରରେ ଅନୁଷ୍ଠିତ ଉତ୍ସବ ହୋଇଥିଲା । ଏହି ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ ସମ୍ବର୍ଦ୍ଧନା ସମାରୋହରେ ଶର୍ମି କାବ୍ୟ ଭୂଷଣ ସମ୍ମାନରେ ଶ୍ରୀ ପଣ୍ଡିଆ ଙ୍କୁ ସମ୍ମାନିତ କରା ଯାଇଛି | ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାଜୀବ କୁମାର ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ଉତ୍କଳ ସାହିତ୍ୟ ସମାଜ କଟକର ମୁଖବକ୍ତା ଡ଼ ଗୌରଚନ୍ଦ୍ର ମହାପାତ୍ର, ସଭାପତି ଶୈଳବାଳା ସାହିତ୍ୟ ସଂସଦ ସଂସ୍କୃତି ସମାରୋହ, ସମ୍ମାନିତ ଅତିଥି ବ୍ୟଙ୍ଗ ବାରୂଦ, ଡ଼ଃ ବୈରାଗୀ ଚରଣ ମଲ୍ଲିକ, ସମ୍ପଦ କୁମାର ରଥ, ସମ୍ମାନିତ ବକ୍ତା ପ୍ରଣତ ଛୋଟରାୟ ସଭାପତି ସାହିତ୍ୟ ସଂସ୍କୃତି ସମାରୋହ, ଶ୍ରୀ ଭକ୍ତ ଚରଣ ସାହୁ, ସଭାପତି ସାହିତ୍ୟ ଓ ସଂସ୍କୃତି ପରିଷଦ ବାଲିଚନ୍ଦ୍ରପୁର ଯାଜପୁର ଶର୍ମି କାବ୍ୟଲେଖା ସାହିତ୍ୟ ସଂସଦର ମୁଖ୍ୟ ତେଜସ୍ୱିନୀ ଶର୍ମିଷ୍ଠା, ବେଉରା ପଲାଇ ଯୋଗଦେଇ ଶ୍ରୀ ଗୋପିକୃଷ୍ଣ ପଣ୍ଡିଆ , ବଲାଙ୍ଗୀରଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ |
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ