
କେନ୍ଦ୍ରାପଡ଼ା,୨୪ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟ ରେ ବାଲ୍ୟ ବିବାହ ବନ୍ଦ କରିବା ଓ ପ୍ରବାସୀ ଶ୍ରମିକଙ୍କୁ ସଚେତନତା କରାଇବା ପାଇଁ ଏକ କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଶ୍ରମ ଅଧିକାରୀ ଆଶୁତୋଷ ପଟେଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ପରିଡା, ଆଇନଜିବୀ ସଂଗ୍ରାମ କେଶରୀ ଦାଣ୍ଡୁଆ, ସ୍ଥାନୀୟ ସରପଂଚ ସମାଜସେବୀ ପବିତ୍ର ପରିଡା ପ୍ରମୁଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକ ଯେଉଁମାନେ ବିଦେଶେ କାର୍ଯ୍ୟ କରନ୍ତି, ସେମାନେ ଯିବା ପୂର୍ବରୁ ସେମାନଙ୍କର ସଂମ୍ପୂର୍ଣ୍ଣ ବିବରଣୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଜଣାଇ ପଞ୍ଜିକରଣ କରିବା ଏବଂ ପ୍ରବାସୀ ଆଇନ ସଂପର୍କରେ ସଚେତନତା କରାଇଥିଲେ। ଜିଲ୍ଲାରେ ବାଲ୍ୟ ବିବାହ ସଂପୂର୍ଣ୍ଣ ବନ୍ଦ କରି ସୁସ୍ଥ ସମାଜ ଗଠନ କରିବା ଉପରେ ସମସ୍ତେ ଶପଥ ନେଇଥିଲେ। ବାଲ୍ୟ ବିବାହ ଆଇନ ଉପରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଆଇନର ସମସ୍ତ ଦିଗ ସଂପର୍କରେ ଆଲୋଚନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି