ପିଏମ୍ ଶ୍ରୀ ରାଜା ଆର୍ତ୍ତତ୍ରାଣ ଐତିହ୍ୟ ବିଦ୍ୟାଳୟରେ କୁଇଜ୍ ପ୍ରତିଯୋଗିତା
ନୂଆପଡ଼ା, ୨୪ ଫେବୃଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ପିଏମଶ୍ରୀ ରାଜା ଆର୍ତ୍ତତ୍ରାଣ ଐତିହ୍ୟ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ଯକ୍ଷତାରେ ପୁରସ୍କା
Quize competition at khariar


ନୂଆପଡ଼ା, ୨୪ ଫେବୃଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ପିଏମଶ୍ରୀ ରାଜା ଆର୍ତ୍ତତ୍ରାଣ ଐତିହ୍ୟ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ଯକ୍ଷତାରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଅଶୋକ କୁମାର ବେହେରା, ଗୌରାଙ୍ଗ କୁମାର ସାହୁ, ପ୍ରଭୁଦତ୍ତ ପୁରୋହିତ ଓ ପ୍ରତୀକ୍ଷା ରାଣୀ ମେହେର କୁଇଜ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ନିରଞ୍ଜନ ବିଶ୍ୱାଳ, ସାଗର ବାଗ ଓ ଗଜେନ୍ଦ୍ର ହରିଜନ ସ୍କୋରର ତଥା ଟାଇମ୍ ଜଜ୍ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ନୀଳିମାରାଣୀ ସାଗର, ଧନଞ୍ଜୟ ମଲ୍ଲିକ, ପୁଷ୍ପାଞ୍ଜଳି ମହାପାତ୍ର, ସରସ୍ବତୀ ରାଉତ ତଥା କର୍ମଚାରୀ ଦୀପକ ରଞ୍ଜନ ଯୋଶୀ ଉପସ୍ଥିତ ରହିବା ସହିତ ସହଯୋଗ କରିଥିଲେ ।

ପ୍ରତିଯୋଗିତାର ବରିଷ୍ଠ ସ୍ତରରେ ଛାତ୍ର କାର୍ତ୍ତିକ ତାଣ୍ଡି ଓ ନାନେଶ ଧୀବର ପ୍ରଥମ, ଖେମରାଜ କୈବର୍ତ୍ତ ଓ ତରୁଣ ଅଦା ଦ୍ୱିତୀୟ ଏବଂ ହିତେଶ ସାହୁ ଓ ଆଦିତ୍ୟ ନିଆଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କନିଷ୍ଠ ସ୍ତରରେ ପ୍ରଣବ ତାଣ୍ଡି ଓ ବସୁନ୍ଧରା ବିହାରୀ ପ୍ରଥମ, କ୍ରୀଷ୍ଣା ସିଂ ବାରିକ ଓ ଆଶି ବିଭାର ଦ୍ୱିତୀୟ, ଲିଜେଶ ଦୁରିଆ ଓ ମୟଙ୍କ ନିଆଲ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

ପ୍ରକାଶ ଥାଉକି, କୃତୀ ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande