ଆଗାମୀ ୨୪ ଘଂଟା ମଧ୍ୟରେ ୧୩ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଝଡ଼ର ସମ୍ଭାବନା
ଭୁବନେଶ୍ୱର, ୨୪ ଫେବୃଆରୀ (ହି.ସ.)- ଆଗାମୀ ୨୪ ଘଂଟା ମଧ୍ୟରେ ଅର୍ଥାତ୍ ୨୫ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଝଡ଼ର ସମ୍ଭାବନା ରହିଛି । ଏହାର ପରବର୍ତୀ ୬ ଦିନ ଅର୍ଥାତ୍ ୨୫ ତାରିଖ ସକାଳ ଠାରୁ ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର
୨୫ ତାରିଖ ସକାଳ ଠାରୁ ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ


ଆଗାମୀ ୨୪ ଘଂଟା ମଧ୍ୟରେ ୧୩ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଝଡ଼ର ସମ୍ଭାବନା


ଭୁବନେଶ୍ୱର, ୨୪ ଫେବୃଆରୀ (ହି.ସ.)- ଆଗାମୀ ୨୪ ଘଂଟା ମଧ୍ୟରେ ଅର୍ଥାତ୍ ୨୫ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଝଡ଼ର ସମ୍ଭାବନା ରହିଛି । ଏହାର ପରବର୍ତୀ ୬ ଦିନ ଅର୍ଥାତ୍ ୨୫ ତାରିଖ ସକାଳ ଠାରୁ ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଆଗାମୀ ୨୪ ଘଂଟା ମଧ୍ୟରେ ଅର୍ଥାତ୍ ୨୫ ତାରିଖ ସକାଳ ସୁଦ୍ଧା ରାଜ୍ୟର ୧୩ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା କେତେକ ସ୍ଥାନରେ ଝଡ଼ର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande