
କେନ୍ଦ୍ରାପଡ଼ା,୨୪ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଦୁହୁରିଆ ସ୍ଥିତ ଅର୍କ ଏକାଡେମୀ ରେ ସଡକ ସୁରକ୍ଷା, ସଡକ ଦୁର୍ଘଟଣା ଓ ମଟର ଯାନ ଆଇନ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆଇନସେବା ପ୍ରାଧିରଣ ସଚିବ ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସଡକ ପରିବହନ ଅଧିକାରୀ(ଆରଟିଓ) ଲୋକନାଥ ମେହେର, ଡିଏସ୍ପି ଗୋପୀନାଥ ପ୍ରଧାନ, କଲେଜ ଅଧ୍ୟକ୍ଷ ଅଣୁଜ କୁମାର ପ୍ରଧାନ, ଆଇନଜିବୀ ରମଣୀ ରଞ୍ଜନ ରାଉତରାୟ, କଲେଜ ସଂପାଦକ ଆଦିତ୍ୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସଡକ ସୁରକ୍ଷା, ମଟର ଯାନ ଦୁର୍ଗଟଣା କିଭଳି ରୋକାଯାଇ ପାରିବ ସେ ସଂପର୍କରେ ଆଲୋଚନା କରିଥିଲେ। ଟ୍ରାଫିକ ନିୟମକୁ ମାନିବା, ମଟର ସାଇକେଲ ଚଲାଇବାବେଳେ ହେଲମେଟ ପିନ୍ଧିବା, ସିଟ୍ ବେଲ୍ଟ ବାନ୍ଧିବା, ଇତ୍ୟାଦି ଉପରେ ଯୁବ ପିଢିଙ୍କୁ ସଚେତନତା କରା ଯାଇଥିଲା। ସଭା ଶେଷରେ ଶ୍ରୀକାନ୍ତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି