ସଡକଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁକୁ ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା
ଜୟପୁର, ୨୪ ଫେବ୍ରୁଆରି (ହି.ସ.) - ଗତ ୨୧ ତାରିଖରେ ଉମୁରୀ ନିକଟରେ ବଲେରୋ ଧକ୍କାରେ ମୃତ୍ୟୁ ହୋହଇଥିବା ଆଇଟିଆଇର ଶିକ୍ଷକ ସତୀଶ ସାହୁଙ୍କ ବିୟୋଗରେ ଆଜି ସମସ୍ତ ଛାତ୍ରଛାତ୍ରୀଙ୍କ ପକ୍ଷରୁ କ୍ୟାଣ୍ଡେଲ ରାଲି କରାଯାଇଛି। ଦୁର୍ଘଟଣା ପରେ ଉତମ ଚିକିତ୍ସା କରିବା ନିମନ୍ତେ ଶିକ୍ଷକ ସତୀଶ ସାହୁଙ୍କୁ ବିଶାଖାପ
ସଡକଦୁର୍ଘଟଣାରେ ମୃତ ଶିକ୍ଷକଙ୍କ ମୃତ୍ୟୁକୁ ନେଇ କ୍ୟାଣ୍ତେଲ ଶୋଭାଯାତ୍ରା


ଜୟପୁର, ୨୪ ଫେବ୍ରୁଆରି (ହି.ସ.) - ଗତ ୨୧ ତାରିଖରେ ଉମୁରୀ ନିକଟରେ ବଲେରୋ ଧକ୍କାରେ ମୃତ୍ୟୁ ହୋହଇଥିବା ଆଇଟିଆଇର ଶିକ୍ଷକ ସତୀଶ ସାହୁଙ୍କ ବିୟୋଗରେ ଆଜି ସମସ୍ତ ଛାତ୍ରଛାତ୍ରୀଙ୍କ ପକ୍ଷରୁ କ୍ୟାଣ୍ଡେଲ ରାଲି କରାଯାଇଛି। ଦୁର୍ଘଟଣା ପରେ ଉତମ ଚିକିତ୍ସା କରିବା ନିମନ୍ତେ ଶିକ୍ଷକ ସତୀଶ ସାହୁଙ୍କୁ ବିଶାଖାପାଟଣା ନେଉଥିବା ସମୟରେ ଅଧା ରାସ୍ତାରେ ମୃତ୍ୟୁ ହୋଇଥିଲା। ମୃତ୍ୟୁର ଖବର ପାଇବା ପରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିଲା। ସ୍ୱର୍ଗତ ସାହୁ ନୂଆସାହିରେ ବସବାସ କରୁଥିବା ବେଳେ ସେ ପ୍ରଥମେ ପଲିଟେକନିକ କଲେଜରେ ଶିକ୍ଷାଦାନ କରୁଥିବା ବେଳେ ପରେ ସେ ଆମ୍ବାଗୁଡା ଆଇଟିଆଇ ରେ ଶିକ୍ଷାଦାନ କରୁଥିଲେ। ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ସତ୍ୱେ ମଧ୍ୟ ଛାତ୍ରଛାତ୍ରୀ ଏବ ସହଯୋଗୀ ମାନେ ନୂଆସାହିରୁ ଏକ କ୍ୟାଣ୍ଡେଲ ରାଲିରେ ବାହାରି ରଥପଡିଆରେ ପହଁଚି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande