
ପଟ୍ଟାମୁଣ୍ଡାଇ, ୨୪ ଫେବୃଆରୀ (ହି.ସ.)- ତାଲୁକ ଆଇନ ସେବା ସମିତି ପଟ୍ଟାମୁଣ୍ଡାଇ ତରଫରୁ ରୋଡ଼ ସେଫଟି, ଏମ ଏ ସି ଟି, ମୋଟର ଭେଇକିଲ ଆକ୍ଟ ପାଇଁ ବକ୍ତାରପୁର ରୋଡ଼ ଉପରେ ଜନସାଧାରଣଙ୍କୁ ଆଜି ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ର ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ୍ ଆଇନ ସେବା ସମିତି, ପଟ୍ଟାମୁଣ୍ଡାଇର ଅଧ୍ୟକ୍ଷ ବିଦ୍ୟାଧର ପୃଷ୍ଟିଙ୍କ ସଭାପତିତ୍ବରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ର ସିନିଅର ସିଭିଲ ଜଜ୍ ଅପୂର୍ବା ଚୌଧୁରୀ, ଜେଏମଏଫସି କୋର୍ଟର ସରକାରି ଓକିଲ ଧୀରେନ୍ଦ୍ରନାଥ ସାହୁ, ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ବରିଷ୍ଠ ଆଇନଜୀବି ବିଜୟ କୁମାର ରାଉତ, ବରିଷ୍ଠ ଆଇନଜୀବି ହୃଦାନନ୍ଦ ମହାନ୍ତି, ବିଦ୍ୟାଭୂଷଣ ଦାଶ ଉପସ୍ଥିତ ଥିଲେ l ଏହା ସହିତ ଲିଗାଲ ଏଡ଼ ର ସମସ୍ତ କର୍ମକର୍ତା ଅପର୍ଣା ସାମଲ, ମୋହନ ଦାଶ, ଅମିତ ସିଂହ, ଅରବିନ୍ଦ ପଣ୍ଡା, ଲିଗାଲ ଏଡ଼ ର ସମସ୍ତ ପିଏଲଭି ସଭ୍ୟ ଅମେରେନ୍ଦ୍ର ରାଉତ, ସଭ୍ୟା ବବିତା ମଳିକ, ରଞ୍ଜିତା ଜେନା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ