
ଗଞାମ, ୨୪ ଫେବୃଆରୀ (ହି.ସ.)- ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚଇତି ମଙ୍ଗଳବାର ଯାତ୍ରା ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ମାର୍ଚ୍ଚ ମାସ୧୦,୧୭, ୨୪ ଓ ୩୦ ତାରିଖରେ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ପୂର୍ଵପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁ ତଥା ମାନସିକଧାରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ମାନେ ପ୍ରାକ୍ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଭକ୍ତଙ୍କ ଯାତାୟତ ପାଇଁ ଅଧିକ ବସ୍ ର ଵ୍ଯଵସ୍ଥା ପାନୀୟ ଜଳର ସୁବିଧା, ଅର୍ଣ୍ଣ ପ୍ରସାଦ ବିତରଣ, ସାଜସଜ୍ଜା ଆଲୋକୀକରଣ, ଟ୍ରାଫିକ ନିୟନ୍ତ୍ରଣ, ଭ୍ରାମ୍ୟମାଣ ଶୈ।ଚାଳୟ, ସ୍ବାସ୍ଥ୍ୟ ସେବା, ଅଂଶୁଘାତ ଚିକିତ୍ସା, ଆମ୍ବୁଲାନ୍ସ ସେବା, ରାସ୍ତାଘାଟ ମରାମତି, ଅସ୍ଥାୟୀ ସୂଚନା କେନ୍ଦ୍ର, ଭଜନ ସମାରୋହ, ରୋପ ୱେ ଏବଂ ପରିବହନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି। ଚାରୋଟି ସ୍ଥାନରେ ମୁଣ୍ଡନ ପାଇଁ ସ୍ଥାନ ନିରୂପଣ କରାଯାଇଛି। ଯାତ୍ରାକୁ ଶୃଙ୍ଖଳିତ କରିବାକୁ ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହି ଆଲୋଚନା ସମୟରେ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ମନ୍ଦିର ଟ୍ରଷ୍ଟ ର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଓ ସେବା ୟତମାନେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ