ଠିକାଦାର ସଂଘ ପକ୍ଷରୁ ଆନ୍ଦୋଳନ
ଜୟପୁର, ୨୪ ଫେବ୍ରୁଆରି (ହି.ସ.) - ଜୟପୁର ବିସିଡି ଠିକାଦାର ସପ୍ସଘ ପକ୍ଷରୁ ଆଜି ଆଠ ଦଫା ଦାବି ନେଇ ଭୁବନେଶ୍ୱର ବିଧାନ ସମ୍ମୁଖରେ ଏକ ଆନ୍ଦୋଳନ କରାଯାଇଛି। ନିଖିଳ ଓଡିଶା ଠିକାଦାର ମହାସପ୍ସଘରସଭାପତି ଅନିଲ କୁମାରମହାଲିକଙ୍କ ନେତୃତ୍ୱରେ ବିସିଡି ଠିକାଦାର ସଂଘ ସଭାପତି ପଦ୍ମନ ହରିଜନଙ୍କ ସହ ଅନ୍ୟ ଠିକ
ଠିକାଦାର ସ˚ଘ ପକ୍ଷରୁ ଆନ୍ଦୋଳନ


ଜୟପୁର, ୨୪ ଫେବ୍ରୁଆରି (ହି.ସ.) - ଜୟପୁର ବିସିଡି ଠିକାଦାର ସପ୍ସଘ ପକ୍ଷରୁ ଆଜି ଆଠ ଦଫା ଦାବି ନେଇ ଭୁବନେଶ୍ୱର ବିଧାନ ସମ୍ମୁଖରେ ଏକ ଆନ୍ଦୋଳନ କରାଯାଇଛି। ନିଖିଳ ଓଡିଶା ଠିକାଦାର ମହାସପ୍ସଘରସଭାପତି ଅନିଲ କୁମାରମହାଲିକଙ୍କ ନେତୃତ୍ୱରେ ବିସିଡି ଠିକାଦାର ସଂଘ ସଭାପତି ପଦ୍ମନ ହରିଜନଙ୍କ ସହ ଅନ୍ୟ ଠିକାଦାର ମାନେ ଏକତ୍ରିତ ହୋଇ କୋଡାଲ ବ୍ୟବସ୍ଥା ଅନୁଯାୟୀ ପ୍ରତିବର୍ଷ ନିୟମିତ ଭାବେ ଏସଓଆର ସ୍ଥିରୀକୃତ କରାଯାଉ, କାର୍ଯ୍ୟ ଦକ୍ଷତାର ମାନଦଣ୍ଡକୁ ଏକ ରାଜ୍ୟ ଆଇନ ଭିତିକ ପ୍ରଚଳନ କରାଯାଉ, ସମସ୍ତ ଲଘୁ ଖଣିଜଦ୍ରବ୍ୟ ପାଇଁ ଉଦ୍ଧିଷ୍ଟ ଅଚଳ ଖଣିକୁ ବାଦ ଦେଇ ସଚଳ ଖଣିର ତାଲିକା ପ୍ରସ୍ତୁତ କରି ଟେଣ୍ଡର ଆଇଟମରେ ଖଣିର ନାମ ସ୍ପଷ୍ଟ ଭାବେ ପ୍ରକାଶ କରାଯାଉ, ବହୁ ପୂର୍ବତୁ ପ୍ରଚଳିତ ସର୍ଟ ଟେଣ୍ଡର କଲ ନୋଟିସ ଦ୍ୱାରା ସର୍ବାଧିକ ଟେଣ୍ତର ମୁଲ୍ୟ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ, ଆବଶ୍ୟକ କାର୍ଯ୍ୟର ସମୟସୀମା ବୃଦ୍ଧି କଲାବେଳେ ଦିନପିଛା ଜରିମାନାକୁ ରଦ୍ଧ କରାଯାଉ। ଦରଦାମ ବୃଦ୍ଧିର ହିସାବ ୨୦୧୨ ମସିହାରୁ ୨୦୧୯ ପର୍ଯ୍ୟନ୍ତ ପ୍ରଚଳନ କରାଯାଉ, ଗ୍ରାମ ଉନ୍ନୟନ ବିଭାଗର ସର୍ବଚଯନ୍ତ୍ରୀଙ୍କ ଦପ୍ତର ଦ୍ୱାରା ପରିଚାଳିତ ‘ବାମିସ୍’କୁ ସୀମିତ କର୍ମଚାରୀ ଦ୍ୱାରା ପରିଚାଳନାରେ ଅହେତୁକ ବିଳମ୍ବ ପାଇଁ ପୂର୍ତବିଭାଗର ଇ-ପ୍ରକୁରମେଂଟ ସେଲକୁ ସ୍ଥାନାନ୍ତରିତ କରାଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ। ଆଜିର ଏହି ଆନ୍ଦୋଳନରେ ଅନ୍ୟ ଠିକାଦାର ମାନଙ୍କ ମଧ୍ୟରେ ରାଜିବ ଟାକ୍ରି, ବିନିତ ରାଜ ସତମନ, ହେମନ୍ତ ତ୍ରିପାଠୀ, ଟୁକୁରୁ ଦାସ,ସୌରଜୀତ ରାଉତରାୟ, ଶ୍ରୀବତ୍ସ ପଣ୍ତା, ସରୋଜ ପଟ୍ଟନାୟକ, ଭିକି କରଙ୍କ ସମେତ ଅନ୍ୟ ଠିକାଦାର ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande