କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୩୯ତମ ସ୍ଵନକ୍ଷତ୍ର ଦିବସ : ଜିଲ୍ଲାରେ ଖୋଲା ହେବ ୪ ନୂଆ ଶାଖା
କେନ୍ଦ୍ରାପଡା, ୨୪ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ୩୯ତମ ସ୍ୱନକ୍ଷତ୍ର ଦିବସ ଉତ୍ସବ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ଭାଗ
---------------କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୩୯ତମ ସ୍ୱନକ୍ଷତ୍ର ଦିବସ


କେନ୍ଦ୍ରାପଡା, ୨୪ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ୩୯ତମ ସ୍ୱନକ୍ଷତ୍ର ଦିବସ ଉତ୍ସବ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ଭାଗବତ ପ୍ରସାଦ ମହାନ୍ତି ଓ ସମବାୟ ଆନ୍ଦୋଳନର ଆର୍ଯ୍ୟ ପ୍ରବର୍ତକ ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ପ୍ରତିକୃତି ନିକଟରେ ପୁଷ୍ପାର୍ଘ୍ୟ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ପ୍ରାରମ୍ଭିକ ସୂଚନା ଦେବାପରେ ସଭାପତି ଶ୍ରୀ ମହାନ୍ତି ବ୍ୟାଙ୍କର ବିଭିନ୍ନ ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ । ବ୍ୟାଙ୍କର ଏଚଏଏଫ କଟକଣା ହଟି ଯାଇଥିବାରୁ ବ୍ୟାଙ୍କର କାର୍ଯ୍ୟକାରୀ ପରିସୀମା, ଶାଖା ସଂପ୍ରସାରଣ, ଅଂଶୀଦାର ମାନଙ୍କୁ ଲାଭାଂଶ ବଣ୍ଟନ, ବ୍ୟାଙ୍କର କ୍ୟାପିଟାଲ ଏକ୍ସପେନଡିଚର କଟକଣା ହ୍ରାସ ଇତ୍ୟାଦି ବହୁ ପ୍ରତିବନ୍ଧକ ହଟି ଯାଇଥିବାରୁ ଆଗାମୀ ଦିନରେ ଜିଲ୍ଲାରେ ୪ଟି ନୂଆ ଶାଖା ଖୋଲାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ । ରିଜର୍ଭ ବ୍ୟାଙ୍କ ଦ୍ୱାରା ଏହି ବ୍ୟାଙ୍କ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଓ ଉତମ ପରିଚାଳିତ ବ୍ୟାଙ୍କ ଭାବରେ ମାନ୍ୟତା ପାଇ ଥିବାରୁ ଆନନ୍ଦ ପ୍ରକାଶ ପାଇଥିଲା । ଭାରତ ସରକାରଙ୍କ ଅମ୍ବ୍ରେଲା ଅରଗାନାଇଜେସନ ଦ୍ୱାରା ଦେଶର ୧୪ଟି ଅନ୍ୟ ଅର୍ବାନ ବ୍ୟାଙ୍କ ସହିତ ଏହି ବ୍ୟାଙ୍କ ସପ୍ଟୱେୟାର ସିଲେକସନ ପାଇଁ ମନୋନିତ ହୋଇଥିବାରୁ ସଭାପତି ସାଧୁବାଦ ଜଣାଇଥିଲେ । ବ୍ୟାଙ୍କର ନେଟ ଏନପିଏ ୦ ପ୍ରତିଶତ ଓ ଗ୍ରସ ଏନପିଏ ୧୧ ପ୍ରତିଶତ ଥିବା ସଭାପତି ପ୍ରକାଶ କରିବା ସହ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ୭ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତି ନିଆଯାଇଥିବା ଜଣାଇଥିଲେ । କାର୍ଯ୍ୟକ୍ରମରେ ଡ଼ଃ. ବିଶ୍ୱ ପ୍ରକାଶ କାନୁନଗୋ, ମହମ୍ମଦ ଆକବର ଅଲ୍ଲୀ, ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ, ପ୍ରାକ୍ତନ କାର୍ଯ୍ୟ ନିର୍ବାହୀ ସୁଶିଲ କୁମାର ସାମଲ, ସରୋଜ କାନ୍ତ ସାହୁ, ପ୍ରଫେସର ନନ୍ଦ କିଶୋର ପରିଡା, ମନୋଜ କୁମାର ସାହୁ, ପ୍ରଦୀପ କୁମାର ମହାନ୍ତି, ଶରତ କୁମାର ବେହୁରା, ସନ୍ତୋଷ କୁମାର ସେଠୀ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିବା ବେଳେ ଦିବଂଗତ ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରା ଯାଇଥିଲା । ଉପସଭା ନେତ୍ରୀ ଅପର୍ଣ୍ଣା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ବିଧୂଭୂଷଣ ମହାପାତ୍ର, ରଶ୍ମି ରଂଜନ ଚୈାଧୁରୀ, ମହେନ୍ଦ୍ର କୁମାର ପରିଡା, ନବଜ୍ୟୋତି ରାୟ, ରାଜୀବ ଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ଭଞ୍ଜ କିଶୋର ଜେନା, ଆଦିତ୍ୟ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande