୨୩ଟି ମହାବିଦ୍ୟାଳୟର ଚୟନୀତ ଛାତ୍ରଛାତ୍ରୀମାନେ ଅଖିଳ ଭାରତ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଯୁବ ସଂସଦ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଚୟନ ଆଗାମୀ କାଲି
ବଲାଙ୍ଗିର, ୨୪ ଫେବୃଆରୀ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଭାରତ ସରକାରଙ୍କ ଯୁବକମାନଙ୍କୁ ଏକ ଉତ୍ତମ ରାଜନୀତି କ୍ଷେତ୍ରରେ ତାଙ୍କ ପଦ ସ୍ଥାପନ ପାଇଁ ଭାରତ ସରକାରଙ୍କର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାରଙ୍କ ସହଯୋଗରେ ଏକ ଯୁବ ସଂସଦ କାର୍ଯ୍ୟକ୍ରମ ୨
ବଲାଙ୍ଗୀର : ୨୩ଟି  ମହାବିଦ୍ୟାଳୟର ଚୟନୀତ ଛାତ୍ରଛାତ୍ରୀମାନେ ଅଖିଳ ଭାରତ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଯୁବ ସଂସଦ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ଚୟନ ଆଗାମୀ କାଲି


ବଲାଙ୍ଗିର, ୨୪ ଫେବୃଆରୀ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଭାରତ ସରକାରଙ୍କ ଯୁବକମାନଙ୍କୁ ଏକ ଉତ୍ତମ ରାଜନୀତି କ୍ଷେତ୍ରରେ ତାଙ୍କ ପଦ ସ୍ଥାପନ ପାଇଁ ଭାରତ ସରକାରଙ୍କର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାରଙ୍କ ସହଯୋଗରେ ଏକ ଯୁବ ସଂସଦ କାର୍ଯ୍ୟକ୍ରମ ୨୫ ତାରିଖ ଦିନ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ I ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ପ୍ରାୟ ୨୩ଟି ମହାବିଦ୍ୟାଳୟର ଚୟନୀତ ଛାତ୍ରଛାତ୍ରୀମାନେ ଅଖିଳ ଭାରତ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଯୁବ ସଂସଦ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ସେମାନଙ୍କୁ ଚୟନ କରାଯିବ I

ଏହି କାର୍ଯ୍ୟକ୍ରମର ପରିଚାଳନା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଉକ୍ତ କାର୍ଯ୍ୟକ୍ରମଟି ବଲାଙ୍ଗିର ଜିଲ୍ଲା ଜାତୀୟ ସେବା ଯୋଜନାର ଜିଲ୍ଲା ଅଧିକାରୀ ଅଜିତ ଭୋଇ ଏବଂ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଅଧିକାରିଣୀ ଡଃ. ମିନତୀ ଦେବତାଙ୍କ ସହଯୋଗରେ ଅନୁଷ୍ଠିତ ହେବ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande