ବର୍ଷକ ଭିତରେ ଆମ ବସ୍ ଧକ୍କାରେ ୭ ମୃତ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ବର୍ଷକ ଭିତରେ ଆମ ବସ୍ ଧକ୍କାରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଆମ ବସ୍ ଦୁର୍ଘଟଣାରେ ସର୍ବାଧିକ ଭୁବନେଶ୍ୱରରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮
ବର୍ଷକ ଭିତରେ ଆମ ବସ୍ ଧକ୍କାରେ     ୭ ମୃତ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ବର୍ଷକ ଭିତରେ

ଆମ ବସ୍ ଧକ୍କାରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଆମ ବସ୍ ଦୁର୍ଘଟଣାରେ ସର୍ବାଧିକ ଭୁବନେଶ୍ୱରରେ ୬

ଜଣ ମୃତ୍ୟୁବରଣ କରିଥିବା ବେଳେ କଟକରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ବସ୍

ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ହୋଇଛନ୍ତି ଗୁରୁତର । ସର୍ବାଧିକ ଭୁବନେଶ୍ୱର ୪ ଜଣ ଗୁରୁତର ହୋଇଥିବା ବେଳେ

ପୁରୀ,

ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ରେ ଜଣେ ଲେଖାଏଁ ହୋଇଛନ୍ତି ଗୁରୁତର । ଦୁର୍ଘଟଣା

ରୋକିବକୁ ଏହି ବର୍ଷକ ମଧ୍ୟରେ ୨୮ ହଜାର ୭୦୦ ଥର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି ।

ତାହା ସହ ସ୍ପିଡ଼ ଲିମିଟକୁ

ମଧ୍ୟ ଫିକ୍ସ କରାଯାଇଛି । ଇଲେକ୍ଟ୍ରିକ ବସ୍ ଗୁଡ଼ିକର ବେଗ ୩୫ କିମି ମଧ୍ୟରେ ରଖିବା ପାଇଁ

ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡ଼ିଜେଲ ଚଳିତ ବର୍ଷର ବେଗ ୪୦ ଓ ରାଜପଥରେ ଚାଲୁଥିବା ଆମ ବସ୍

ଗୁଡ଼ିକର ବେଗ ୫୦ କିମି ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଧାନସଭାରେ ଲିଖିତ

ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande