
ଧର୍ମଶାଳା,୨୪ଫେବ୍ରୃଆରୀ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଅର୍ଥଙ୍ଗା ପଂଚାୟତର ପୂର୍ବତନ ମହିଳା ସରପଂଚ ରାଶିଆ ମଳିକଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା କୋଠାସାହି ଅଷ୍ଟପ୍ରହର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଯୁବ ସାମାଜିକ କର୍ମୀ ପୂର୍ଣ୍ଣ ଚନ୍ଦ୍ର ପାଢୀ ଓ ଗୋବିନ୍ଦ ମୁଦୁଲିଙ୍କ ତତ୍ୱବଧାନରେ ଏହି ସ୍ମୃତିଚାରଣ ସଭା ବରିଷ୍ଠ ମୁରବୀ ବୀର କିଶୋର ଦାସଙ୍କ ସଭାପତିତ୍ୱରେ କାର୍ତିକ ଚନ୍ଦ୍ର ମହାଳିକ, ଜଗବନ୍ଧୁ ଶତପଥୀ, ହଳଧର ନାୟକ, ଅର୍ଜ୍ଜୁନ ନାୟକ, ସୂର୍ଯ୍ୟମଣୀ ବେହେରା, ଦୀଜରାଜ ପାଢୀ, ଶୁକାନ୍ତ ସାମଲ, ହରେକୃଷ୍ଣ ବେହେରା, ନିରଞ୍ଜନ ଜେନା, ଅଭିରାମ ଜେନା, ଅନନ୍ତ ଚରଣ ଘଡାଇ, ଶତ୍ରୃଘ୍ନ ଜେନା, ଟିକି ରାଉତ, ବିକାଶ ରାଉତ, ରାମଚନ୍ଦ୍ର ମଳିକ ଓ ଚିତ ରଂଜନ ମଳିକ ପ୍ରମୁଖ ଯୋଗ ଦେଇ ପୂର୍ବତନ ସରପଂଚ ରାଣିଆଙ୍କ ସ୍ମୃତିଚାରଣ କରିଥିଲେ। ୧୯୯୭ମସିହାଠାରୁ ୨୦୦୨ ମସିହା ପର୍ଯ୍ୟନ୍ତ ପଂଚାୟତ ସରପଂଚ ଦାୟିତ୍ୱରେ ରହି ଏହି ଅର୍ଥଙ୍ଗା ପଂଚାୟତର ବିକାଶରେ ତାଙ୍କର ଅବଦାନ ଅତଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ସ୍ମୃତିଚାରଣ ସଭାରେ ପଂଚାୟତର ବହୁମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ନେତୃମଣ୍ଡଳୀ ଓ ଯୁବ ସଂଗଠକମାନେ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ