
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଦେଢ଼ ବର୍ଷରେ
ମୃତ୍ୟୁବରଣ କରିଛନ୍ତି ୧୧୪ ହାତୀ । ସର୍ବାଧିକ ୪୨ ଗୋଟି ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ
କରିଥିବା ବେଳେ ବିଭିନ୍ନ ରୋଗ ଦ୍ୱାରା ୨୯ ଗୋଟି ହାତୀ ମରିଛନ୍ତି । ସେହିପରି ଶିକାରୀଙ୍କ
ଦ୍ଵାରା ୬ ଗୋଟି ହତ୍ୟା କରାଯାଇଥିବା ବେଳେ, ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ ଗୋଟି ହାତୀ ଓ ରେଳ ଦୁର୍ଘଟଣାରେ ୪
ଗୋଟି ହାତୀ ମୃତ୍ୟୁବରଣ କରିଛନ୍ତି ।
ସେହିପରି ପ୍ରାକୃତିକ କାରଣ
ଦ୍ୱାରା ୧୭ ଗୋଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ପାହାଡ଼ରୁ ପଡ଼ି, ନଦୀ ନାଳରେ ପଡ଼ି, ନିଜ ଭିତରେ କଳହ ହୋଇ ୧୩ ଗୋଟି ହାତୀ ମୃତ୍ୟୁବରଣ କରିଛନ୍ତି । ଅପ୍ରାକୃତିକ
ହାତୀ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବିଧାନସଭାରେ
ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତର
ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା