ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଫୋମ ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)ଭୁବନେଶ୍ୱର ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଗତକାଲି ରାତି ପ୍ରାୟ ସାଢେ ୧୦ଟାରୁ ଲାଗିଛି ନିଆଁ । ଏବେବି ହୁତୁ ହୁତୁ ହୋଇ ଜଳୁଛି ନିଆଁ। ନିଆଁ ଲିଭାଇବାରେ ଲାଗିଛି ଅଗ୍ନିଶମବାହିନୀ। ତଥାପି ଏଯାଏଁ ଆ
ସୁପରମାର୍ଟରେ ଭୟଙ୍କର     ଅଗ୍ନିକାଣ୍ଡ, ଫୋମ ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)ଭୁବନେଶ୍ୱର ଲିଙ୍ଗିପୁର

ନିକଟରେ ଥିବା ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଗତକାଲି ରାତି ପ୍ରାୟ ସାଢେ ୧୦ଟାରୁ ଲାଗିଛି ନିଆଁ । ଏବେବି

ହୁତୁ ହୁତୁ ହୋଇ ଜଳୁଛି ନିଆଁ। ନିଆଁ ଲିଭାଇବାରେ ଲାଗିଛି ଅଗ୍ନିଶମବାହିନୀ। ତଥାପି ଏଯାଏଁ

ଆୟତ୍ତ ହୋଇପାରିନି।

ପାଣିରେ ଆୟତ୍ତ ହେଉନି

ନିଆଁ ।ଫୋମ୍

ସାହାଯ୍ୟରେ ଲିଭାଇବାକୁ ଉଦ୍ୟମ କରାଯାଉଛି। ଏବେ ଚତୁର୍ଥ ମହଲାରୁ ନିଆଁ ଲିଭାଇବାକୁ ଉଦ୍ୟମ

ଚାଲିଛି ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ଅଧିକ ସମୟ ଧରି ନିଆଁ ଲାଗିବା

ଦ୍ୱାରା ବିଲ୍ଡିରେ ଲାଗିଥିବା ଲୁହା ରଡ୍

ଗୁଡ଼ିକ ତରଳୁଛି। ଯାହା ଫଳରେ କୋଠା ଭୁଶୁଡ଼ିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ଉପରୁ ପାଣି ସ୍ପ୍ରେ

ଚାଲିଛି। ଭିତରେ ୨ଟି ଟିମ୍ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ଆମେ ଚାରିପଟୁ ନିଆଁକୁ ଲିଭାଇବାକୁ

ଚେଷ୍ଟା କରୁଛୁ ବୋଲି ଅଗ୍ନିଶମ କର୍ମଚାରୀ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ, ସୁପରମାର୍ଟର

ତୃତୀୟ ମହଲାରେ ନିଆଁ ଲାଗିଛି। କାଲିଠୁ ନିଆଁ

ଲିଭାଇବାକୁ ୪୦ରୁ ଊର୍ଦ୍ଧ୍ବ ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରିନାହିଁ । ନିଆଁରେ

ଜଳିପୋଡ଼ି ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍, ଷ୍ଟିଲ୍ ଆଦି ଘରୋଇ ଉପକରଣ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ନିଆଁ ବ୍ୟାପିବାରେ ଏହା ସହାୟକ ହୋଇଛି। ମାତ୍ରାଧିକ

ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁ ଆୟତ୍ତ

ହେଉନଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande