
ଭୁବନେଶ୍ୱର, ୨୪ ଫେବୃୟାରୀ (ହି.ସ)- ୨୦୧୦ ମସିହା ଖାରବେଳନଗର ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାରେ ହତ୍ୟାକାରୀ ପ୍ରେମିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ହତ୍ୟାକାଣ୍ଡର ୧୫ ବର୍ଷ ପରେ ଏଡିଜେ ୪ ଭୁବନେଶ୍ୱର କୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ରାଜେଶ କୁମାର ସେଠୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଲେ ମାନ୍ୟବର କୋର୍ଟ।୨୦ ଜଣ ସାକ୍ଷୀ, ୩୫ ଟି ଦସ୍ତାବିଜ ଆଧାରରେ ଦଣ୍ଡବିଧାନ ହୋଇଛି। ସିଡ଼ିଆର, ବ୍ଲଡ଼ ଷ୍ଟେଂଟ ସାମ୍ପୁଲ ଓ ସାଇଂଟିଫିକ ଏଭିଡ଼େନ୍ସ ଆଧାରାରେ ହୋଇଛି କରାଯାଇଛି।
୨୦୧୦ ମସିହା ମାର୍ଚ୍ଚ ୨୩ ତାରିଖରେ ଖାରବେଳନଗର ଥାନା ଅଂଚଳରେ ମେଡ଼ିକାଲ ଛାତ୍ରୀଙ୍କ ୁ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା। ଏ ନେଇ ମୃତ ଛାତ୍ରୀଙ୍କ ବାପା ଗୋପାଳ ଚନ୍ଦ୍ର ସିଂ ସାମନ୍ତ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ତ୍ରିକୋଣୀୟ ପ୍ରେମରୁ ହୋଇଥିଲା ହତ୍ୟାକାଣ୍ଡ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା