ଜେ ଜୟଲଳିତାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଜେ ଜୟଲଳିତାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଜେ. ଜୟଲଳିତାଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ସ୍ମରଣ
ଜୟଲଳିତା


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଜେ

ଜୟଲଳିତାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଜେ.

ଜୟଲଳିତାଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ସ୍ମରଣ କରୁଛୁ। ସେ ଜଣେ କୁଶଳ ପ୍ରଶାସକ ଓ କରୁଣାମୟ

ନେତୃତ୍ୱର ନେତ୍ରୀ ଥିଲେ। ଗରିବ ଓ ପରିତ୍ୟକ୍ତ ବର୍ଗଙ୍କ ଉନ୍ନତି ପାଇଁ ତାଙ୍କ ଜୀବନ ସମର୍ପିତ

ଥିଲା। ତାମିଳନାଡୁର ରାଜନୈତିକ ପରିଦୃଶ୍ୟରେ ସେ ଜଣେ ଦୃଢ଼ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବେ

ପରିଚିତ ଥିଲେ। ତାଙ୍କ ସାହସ, ଜନମୁଖୀ କଲ୍ୟାଣ ଯୋଜନା ଏବଂ ତାମିଲନାଡୁ ଓ ଭାରତର ଉନ୍ନତି ପାଇଁ ତାଙ୍କ ଅଲିଭା ଅବଦାନ ସର୍ବଦା

ସ୍ମରଣୀୟ ହୋଇରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande