
ଧର୍ମଶାଳା,୨୪ଫେବ୍ରୃଆରୀ(ହି.ସ.) - ଆଜି ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ପନ୍ତୁରୀସ୍ଥିତ ବେଆଇନ ଫାର୍ମ ହାଉସର ପାଚେରୀକୁ ତହସିଲ ପ୍ରଶାସନ ପକ୍ଷରୁ ଜେସିବି ଭାଙ୍ଗି ଦିଆଯାଇଛି। ଏହି ପାଚେରୀ ଭଙ୍ଗା ଯିବା ସମୟରେ ଜେନପୁର ଥାନା ପକ୍ଷରୁ ବ୍ୟାପକ ପୁଲିସ ମୃତୟନ କରାଯାଇଥିଲା। ଧର୍ମଶାଳା ତହସିଲ ଅନ୍ତର୍ଗତ ଗଡମଧୁପୁରସ୍ଥ ପନ୍ତୁରୀଠାରେ ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ଫାର୍ମ ହାଉସର ପାଚେରୀ ବେଆଇନ ଭାବେ ନିର୍ମାଣ କରାଯାଇଥିଲା। ଫାର୍ମ ହାଉସ ପାଚେରୀ ଓ ଘରର ୧ ଏକର ୧୦ଡିସିମିଲ ଜମି ଜବର ଦଖଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଆଜି ପ୍ରଶାସନ ପକ୍ଷରୁ ଉକ୍ତ ଫାର୍ମ ହାଉସର ପାଚେରୀକୁ ଜେସିବି ଲଗାଇ ଭଙ୍ଗା ଯାଇଛି। ଘଟଣାସ୍ଥଳରେ ଧର୍ମଶାଳା ଅତିରିକ୍ତ ତହସିଲଦାର ଓ ଜେନାପୁର ଥାନା ଅଧିକାରିଣୀଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତିରେ ବେଆଇନ ପାଚେରୀକୁ ଭଙ୍ଗା ଯାଇଥିଲା। ଏପଟେ ପ୍ରଣବଙ୍କ ଫାର୍ମ ହାଉସ ଖାତାକୁ ୧ ଏକର ୨୭ ଡିସିମିଲ ଜମି ଫେରିଥିବା ସୂଚନା ମିଳିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ