
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- କାନ୍ତକବି
ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ
କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, କାନ୍ତକବି
ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁଣ୍ୟତିଥି ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। 'ବନ୍ଦେ ଉତ୍କଳ ଜନନୀ' ପରି କାଳଜୟୀ କୃତି ପାଇଁ ସେ
ଚିରସ୍ମରଣୀୟ ହୋଇ ରହିବେ ବୋଲି ରାଜ୍ୟପାଳ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା