ଅନ୍ନପୂର୍ଣ୍ଣା ଥିଏଟରରେ ଜାତୀୟ ନାଟ୍ଯ ମହୋତ୍ସବ ୨୫ ତାରିଖରୁ ଆରମ୍ଭ
ପୁରୀ, ୨୪ ଫେବୃଆରୀ (ହି.ସ.)- ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ଠାରେ ଚଳିତମାସ ୨୫ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ଯାପୀ ୧୬ତମ ଜାତୀୟ ନାଟ୍ଯ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକ ଓ କର୍ମକର୍ତ୍ତାମାନେ ମଙ୍ଗଳବାର ଦିନ ନାୟକ ବିଚ ରିସର୍ଟ ଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତ
ଅନ୍ନପୂର୍ଣ୍ଣା ଥିଏଟରରେ ଜାତୀୟ ନାଟ୍ଯ ମହୋତ୍ସବ ୨୫ ତାରିଖରୁ ଆରମ୍ଭ


ପୁରୀ, ୨୪ ଫେବୃଆରୀ (ହି.ସ.)- ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ଠାରେ ଚଳିତମାସ

୨୫ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ଯାପୀ ୧୬ତମ ଜାତୀୟ ନାଟ୍ଯ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକ ଓ କର୍ମକର୍ତ୍ତାମାନେ ମଙ୍ଗଳବାର ଦିନ ନାୟକ ବିଚ ରିସର୍ଟ ଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ନାଟ୍ଯ ଅନୁଷ୍ଠାନ ରଙ୍ଗଶାଳା ତତ୍ତ୍ବାବଧାନରେ ଏହି ମହୋତ୍ସବ ଆୟୋଜିତ ହେବ । ୨୫ ତାରିଖ ବୁଧବାର ସଂଧ୍ଯାରେ ଡକ୍ଟର ସଞ୍ଜୟ ହାତୀଙ୍କ ରଚିତ ଓ ବିକ୍ରମ କୁମାର ସାହୁଙ୍କ ନିଦ୍ଦେର୍ଶିତ ବ୍ରେନ ଗେନ ଡଟକମ ପୁରୀ ରଙ୍ଗଶାଳା ଦ୍ବାରା ମଞ୍ଚସ୍ଥ ହେବ । ୨୬ ତାରିଖ ଗୁରୁବାର ସଂଧ୍ଯାରେ ସୁବାସ ଚନ୍ଦ୍ର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଉଲପି ବେଲପାହାଡ ମିରର ଥିଏଟର ଦ୍ବାରା ମଞ୍ଚସ୍ଥ ହେବ । ୨୭ ତାରିଖ ଶୁକ୍ରବାର ସଂଧ୍ଯାରେ ଡଃ. ବିଜୟ ଶତପଥୀଙ୍କ ରଚିତ ଓ ନଳିନୀ ନିହାର ନାୟକ ନିର୍ଦ୍ଦେଶିତ ନାଟକ କାରାଗାରର କାହାଣୀ ନିୟୁ ବେଷ୍ଟ ରିପୋଟ୍ରୀ ରାଉରକେଲା ଦ୍ବାରା ମଞ୍ଚସ୍ଥ ହେବ । ୨୮ ତାରିଖ ଶନିବାର ଶେଷ ସଂଧ୍ଯାରେ ଡ.ହରି ନାରାୟଣ ଦିକ୍ଷୀତଙ୍କ ରଚିତ ଓ ଡଃ.ସୁବ୍ରତ ଷଡଙ୍ଗୀଙ୍କ ନିର୍ଦ୍ଦେଶିତ ସଂସ୍କୃତ ନାଟକ ମେନକା ବିଶ୍ଵାମିତ୍ରମ୍ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଦ୍ବାରା ମଞ୍ଚସ୍ଥ ହେବ । ପରେ ପରେ ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆଙ୍କ ଦ୍ବାରା ରଚିତ ଓ ନିର୍ଦ୍ଦେଶିତ ନାଟକ ନିଶାପ ଭୁବନେଶ୍ବର ମ୍ୟାଜିକ ଥିଏଟର ଦ୍ବାରା ପରିବେଷଣ କରାଯିବ । ଏହି ଅବସରରେ ଓଡିଶାର ଲୋକପ୍ରିୟ ମିହିର କୁମାର ମେହେରା, ସୁଧାଂଶୁ ମୋହନ ଦ୍ବିବେଦୀ, ପ୍ରସନ୍ନ ମିଶ୍ର, ଦିଲ୍ଲୀଶ୍ବର ମହାରଣା ଓ ଲାଲା ବିରେନ ପ୍ରସାଦ ରୟଙ୍କୁ ରଙ୍ଗଶାଳା ସମ୍ମାନରେ ସମ୍ମାନିତ କରାଯିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ରଙ୍ଗଶାଳାର ନିର୍ଦ୍ଦେଶକ ବିକ୍ରମ କୁମାର ସାହୁ, ସମାଜସେବୀ ଗିରିଶି ଚନ୍ଦ୍ର ନାୟକଙ୍କ ସମେତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande