ଚାଷୀ ପ୍ରସଙ୍ଗକୁ ଶୂନ୍ୟକାଳରେ ଉଠାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି
ଭୁବନେଶ୍ୱର, 24 ଫେବୃଆରୀ (ହି.ସ.) କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ଶୂନ୍ୟକାଳରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ସମୟରେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିବା ସହ ଏହି ସମସ୍ୟା ଗୁଡିକର ସମାଧାନ ରାଜ୍ୟ ସରକାର ଉତର ଦିଅନ୍ତୁ ବୋଲି ସେ ବାଚସ୍ପତିଙ୍କ ଠାରୁ ରୁଲିଂ ଦ
ଚାଷୀ ପ୍ରସଙ୍ଗକୁ ଶୂନ୍ୟକାଳରେ ଉଠାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି


ଭୁବନେଶ୍ୱର, 24 ଫେବୃଆରୀ (ହି.ସ.) କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ଶୂନ୍ୟକାଳରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ସମୟରେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିବା ସହ ଏହି ସମସ୍ୟା ଗୁଡିକର ସମାଧାନ ରାଜ୍ୟ ସରକାର ଉତର ଦିଅନ୍ତୁ ବୋଲି ସେ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଛନ୍ତି ।

ଚାଷୀ ମାନଙ୍କର ସମସ୍ୟାକୁ ନେଇ ବିଜେଡି ବିଧାୟକ ମାନଙ୍କର ହଟ୍ଟଗୋଳ ମଧ୍ୟରେ ଶୂନ୍ୟକାଳରେ ବାଚସ୍ପତି ସୁରମା ପାଢୀ ଶୂନ୍ୟକାଳରେ ବାହିନୀପତିଙ୍କୁ କହିବାକୁ ଅନୁମତି ଦେଇଥିଲେ ।

ହଟ୍ଟଗୋଳ ମଧ୍ୟରେ ବାହିନୀପତି କହିଥିଲେ ଯେ ଚାଷୀ ମାନଙ୍କ ଠାରୁ ଧାନ ଉଠା ଯାଉ ନାହିଁ । ସେମାନଙ୍କର ଠାରୁ ଧାନ କ୍ରୟ ବେଳେ କଟନୀ ଛଟନୀ ହେଉଛି । ସେ କହୁଛନ୍ତି ଚାଷୀ ତ୍ରାହି ତ୍ରାହି ଡାକୁଛନ୍ତି । କଟନି ଛଟନି ଆଜି ନୁହଁ ପୂର୍ବ ସରକାର ବିଜୁ ଜନତା ଦଳ ସରକାର ସମୟରୁ ହେଉଛି । ଗୋଦାମରେ ଚାଉଳ ପଡ଼ି ରହିଛି । ମିଲର ଧାନ ଉଠାଉ ନାହାନ୍ତି । ସରକାର ଆଲୋଚନା କରୁନାହାନ୍ତି । ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବା ଦରକାର । ଡବଲ ଇଞ୍ଜିନ ସରକାର ବିଫଳ ହୋଇଛି । ଧାନର ଅଭାବୀ ବିକ୍ରି ହେଉଛି । ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ତାରା ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande