କୃଷକଙ୍କ ସମସ୍ୟାକୁ ନେଇ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ ଜାରୀ
ଭୁବନେଶ୍ୱର, 23 ଫେବୃଆରୀ (ହି.ସ.) ଓଡିଶା ବିଧାନସଭାର ସପ୍ତମ ଦିନରେ ମଧ୍ୟ ବିରୋଧୀ ଦଳର ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଚାଲି ପାରି ନାହିଁ । ବିଜେଡି ବିଧାୟକ ମାନେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ହଟ୍ଟଗୋଳ କରିଥିଲେ । ଏହି କାରଣରୁ ବଜେଟ ଅଧିବେଶନର ସପ୍ତମ
କୃଷକଙ୍କ ସମସ୍ୟାକୁ ନେଇ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ ଜାରୀ


ଭୁବନେଶ୍ୱର, 23 ଫେବୃଆରୀ (ହି.ସ.) ଓଡିଶା ବିଧାନସଭାର ସପ୍ତମ ଦିନରେ ମଧ୍ୟ ବିରୋଧୀ ଦଳର ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଚାଲି ପାରି ନାହିଁ । ବିଜେଡି ବିଧାୟକ ମାନେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ହଟ୍ଟଗୋଳ କରିଥିଲେ । ଏହି କାରଣରୁ ବଜେଟ ଅଧିବେଶନର ସପ୍ତମ ଦିବସର ପ୍ରଥମାର୍ଧରେ ପ୍ରଶ୍ନକାଳ କାର୍ଯ୍ୟକ୍ରମ ହୋଇ ପାରି ନାହିଁ। ବାଚସ୍ପତି ଗୃହକୁ ପ୍ରଥମେ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ସେହିପରି ଶୂନ୍ୟକାଳରେ ମଧ୍ୟ ହଟ୍ଟଗୋଳ ହେବା କାରଣରୁ ବାଚସ୍ପତି ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।

ଚଳିତ ବିଧାନସଭାର ସପ୍ତମ ଦିନରେ ଶନିବାର ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳ 10.30ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ସୁରମା ପାଢୀ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ । ସେ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଡ୍ରେନେଜ ସମ୍ପର୍କିତ ଏକ ପ୍ରଶ୍ନର ଉତର ଦେବାକୁ ଡାକିଥିଲେ । ମନ୍ତ୍ରୀ ଡ. ମହାପାତ୍ର ଉତର ଦେବା ଆରମ୍ଭ କରିଥିଲେ । ତେବେ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ କରାଯାଇଥିଲା । ଧାନମଣ୍ଡି ସମସ୍ୟା, ଧାନକିଣାରେ ଅନିୟମିତତା ଓ ଚାଷୀ ମାନଙ୍କର ଅନ୍ୟ ସମସ୍ୟାକୁ ନେଇ ନେଇ ବିରୋଧୀ ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ସେମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା । ବାଚସ୍ପତି ସୁରମା ପାଢୀ ହଟ୍ଟଗୋଳ କରୁଥିବା ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ । ହେଲେ ଏହାର କୌଣସି ପ୍ରକାର ପ୍ରଭାବ ବିରୋଧୀ ବିଧାୟକଙ୍କ ଉପରେ ପଡି ନ ଥିଲା । ଏହା ଫଳରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ 10.38 ମିନିଟରେ ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।

11.30ରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେଲା ମାତ୍ରେ ଶୂନ୍ୟକାଳରେ ବିରୋଧୀ ବିଜେଡି ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ତେବେ ହଟ୍ଟଗୋଳ ଓ ନାରାବାଜୀ ମଧ୍ୟରେ ବାଚସ୍ପତି ସୁରମା ପାଢୀ ଶୂନ୍ୟକାଳ କାର୍ଯ୍ୟକ୍ରମ ଜାରୀ ରଖିଥିଲେ । ତେବେ ଧୀରେ ଧୀରେ ବିରୋଧୀ ବିଜେଡି ବିଧାୟକ ମାନେ ସେମାନଙ୍କର ନାରାବାଜୀକୁ ଆହୁରି ଜୋରଦାର କରିବାକୁ ବାଚସ୍ପତି ଗୃହକୁ 12.05 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande