ମାର୍ଚ୍ଚ ୩୧ ସୁଦ୍ଧା ସବୁ ଧାନ କିଣିବେ ସରକାର
ଭୁବନେଶ୍ୱର, ୨୪ ଫେବୃୟାରୀ (ହି.ସ)- ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସରକାର ଚାଷୀଙ୍କ ଠାରୁ ସବୁ ଧାନ କିଣିବେ । କୌଣସି ଟୋକନ ଲାପ୍ସ ହେବନି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଚାଷୀଙ୍କ ଠାରୁ କୁଇଂଟାଲ ପିଛା ୩୧୦୦ରେ କିଣିବାକୁ ସରକାର ପ୍ରତିଶ୍ରୁତି ଦେଇଥିାଲ ଏବଂ
Krushna Chandra Patra (File Photo)


ଭୁବନେଶ୍ୱର, ୨୪ ଫେବୃୟାରୀ (ହି.ସ)- ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସରକାର ଚାଷୀଙ୍କ ଠାରୁ ସବୁ ଧାନ କିଣିବେ । କୌଣସି ଟୋକନ ଲାପ୍ସ ହେବନି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଚାଷୀଙ୍କ ଠାରୁ କୁଇଂଟାଲ ପିଛା ୩୧୦୦ରେ କିଣିବାକୁ ସରକାର ପ୍ରତିଶ୍ରୁତି ଦେଇଥିାଲ ଏବଂ ତାହା କରୁଛନ୍ତି। ୮୦୦ ଟଙ୍କା ଇନପୁଟ ସବସିଡି କଥା କୁହାଯାଇ ନଥିଲା। ଏବେ ସୁଦ୍ଧା ୧୫ ଲକ୍ଷ ଚାଷୀଙ୍କଠୁ ୬୪ ଲକ୍ଷ ୧୦ ହଜାର ମେଟ୍ରିକ୍ ଟନ୍ ଧାନ କିଣା ସରିଛି। ୩୧୦୦ ଟଙ୍କା ହିସାବରେ ୧୮ ହଜାର ୫୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୨୩-୨୦୨୪ ରେ ୫ ଲକ୍ଷ ଚାଷୀ ପଞ୍ଜୀକୃତ କରି ବି ଧାନ ବିକି ପାରି ନଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande