
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଚାଷୀ ମାରଣ
ନୀତି ବିରୁଦ୍ଧରେ ବିଜେଡ଼ିର ଆନ୍ଦୋଳନ । ଏବେ ଚାଷୀ
ଭୋକରେ ମରୁଛି, ମହିଳା ନିର୍ଯାତିତ । ସରକାର ପ୍ରତିବାଦ ଶୁଣୁ ନାହାନ୍ତି । ସରକାର କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି କହି
ବର୍ଷିଛନ୍ତି ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ । ସରକାର ଅସତ୍ୟ ଭାଷଣ ଦେଉଛନ୍ତି ।
ସେଥିରେ ସେ ଆତ୍ମସନ୍ତୋଷ ପାଉଛନ୍ତି । ଚାଷୀ ଉପରେ ଅତ୍ୟାଚାର କରାଯାଉଛି । ଯେତିକି ଧାନ
ଉତ୍ପାଦନ ହେଇଛି ତାର 32 ପ୍ରତିଶତ ଧାନ ସଂଗ୍ରହ ହୋଇପାରୁନାହିଁ । ଆମ ସମୟରେ ଚାଷୀ କାହିଁକି ଆନ୍ଦୋଳନ କରୁନଥିଲେ
ଆଜି କାହିଁକି ଚାଷୀ ଆନ୍ଦୋଳନ କରୁଛନ୍ତି, ଚାଷୀ କଣ ବୋକା ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା