
ଭୁବନେଶ୍ୱର, ୨୪ ଫେବୃୟାରୀ (ହି.ସ)- ଯାତ୍ରୀ ସୁରକ୍ଷା, ଆରାମ ଏବଂ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ସୁଗମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପୂର୍ବ ତଟ ରେଳପଥ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଇଂଟରସିଟି ଏକ୍ସପ୍ରେସ୍ ଟ୍ରେନର କୋଚ୍ ଗୁଡ଼ିକୁ ଆଧୁନିକ ଏଲଏଚବି (ଲିଙ୍କେ ହଫମାନ ବୁଶ୍) କୋଚ୍ ରେ ପରିବର୍ତନ କରିବ।
୨୫ ଫେବୃଆରୀ ୨୦୨୬ ଠାରୁ ନିମ୍ନଲିଖିତ ଟ୍ରେନଗୁଡ଼ିକୁ ଏଲଏଚବି କୋଚ୍ ସହିତ ରୂପାନ୍ତରଣ କରାଯିବ:
୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଂଟରସିଟି ଏକ୍ସପ୍ରେସ୍ ଏବଂ ୧୮୩୦୩/୧୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ଇଂଟରସିଟି ଏକ୍ସପ୍ରେସ୍।
ଏଲଏଚବି କୋଚ୍ ଗୁଡ଼ିକ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ, ଉତ୍କୃଷ୍ଟ ଯାତ୍ରା ସୁବିଧା, ଉନ୍ନତ ସସପେନସନ୍ ସିଷ୍ଟମ୍ ଏବଂ ଆକର୍ଷଣୀୟ ଡିଜାଇନ୍ ସହିତ ନିର୍ମିତ କରାଯାଇଛି। ଏହି କୋଚ୍ଗୁଡ଼ିକ ଦ୍ରୁତ ଗତିରେ ଅଧିକ ସ୍ଥିରତା ପ୍ରଦାନ କରିବା ସହିତ ଯାତ୍ରୀଙ୍କୁ ଆଧୁନିକ ସୁବିଧା ସୁଯୋଗ ପ୍ରଦାନ କରିଥାଏ ।ଏହି ମାର୍ଗରେ ଯାତ୍ରା କରୁଥିବା ଯାତ୍ରୀମାନେ ଉନ୍ନତ ସୁବିଧା, ଉଚ୍ଚତର ସୁରକ୍ଷା ମାନଦଣ୍ଡ ଓ ସମଗ୍ର ଯାତ୍ରା ଅନୁଭବରେ ଉଲ୍ଲେଖନୀୟ ସୁଧାରର ଲାଭ ଉଠାଇପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା