
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଆନ୍ଦୋଳନ
ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ଡବଲ ଇଂଜନ
ଡବଲ ଧୋକାର ସରକାର। ବିଜେପି ସରକାର ମିଛୁଆ ସରକାର। ଗତବର୍ଷ ଏଯାଏଁ 74 ଲକ୍ଷ ମେଟ୍ରିକ ଧାନ ଉଠିଥିଲା। ହେଲେ ଏ ବର୍ଷ 54 ଲକ୍ଷ ମେଟ୍ରିକ ଟନ ଧାନ ଉଠିଛି। ବଜେଟରେ ଚାଷୀଙ୍କ ପାଇଁ ଟଙ୍କା
ନାହିଁ। ହେଲେ ନୂଆ ବିଧାନସଭା ପାଇଁ 1400 କୋଟି ଟଙ୍କା
ଦେଇଛନ୍ତି। ଓଡ଼ିଶା ପାଇଁ ଲଢ଼େଇ କରୁଛି ବିଜେଡି। ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାର୍ଥ
ପାଇଁ ଠିଆ ହୋଇଛନ୍ତି। ଯଦି ଓଡ଼ିଶାକୁ ବିଜେଡି ବଞ୍ଚାଇବା ନାହିଁ ତାହାଲେ ଏମାନେ ଓଡ଼ିଶାକୁ ଖୋଳ
କରିଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା