ଟ୍ରକ ଡ୍ରାଇଭର ଓ ଖଲାସୀଙ୍କୁ ଧମକ ଦେଇ ଲୁଟ ଘଟଣା : ଯୁବକ କୋର୍ଟ ଚାଲାଣ
ଧର୍ମଶାଳା,୨୪ଫେବ୍ରୃଆରୀ(ହି.ସ.) - ଟ୍ରକ ଡ୍ରାଇଭର ଓ ଖଲାସୀଙ୍କୁ ଧମକ ଦେଇ ଲୁଟ କରି ନେବା ଘଟଣାରେ ବ୍ରହ୍ମବରଦା ପୁଲିସ ଜଣେ ଯୁବକକୁ ଦୀର୍ଘ ଦିନ ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଯୁବକ ଜଣକ ହେଲେ ବ୍ରହ୍ମବରଦା ଥାନା ମହେଶ୍ୱରପୁର ପଂଚାୟତ ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ନବି ହୋସେନଙ୍
ଟ୍ରକ ଡ୍ରାଇଭର ଓ ଖଲାସୀଙ୍କୁ  ଧମକ ଦେଇ ଲୁଟ ଘଟଣା : ଯୁବକ କୋର୍ଟ ଚାଲାଣ


ଧର୍ମଶାଳା,୨୪ଫେବ୍ରୃଆରୀ(ହି.ସ.) - ଟ୍ରକ ଡ୍ରାଇଭର ଓ ଖଲାସୀଙ୍କୁ ଧମକ ଦେଇ ଲୁଟ କରି ନେବା ଘଟଣାରେ ବ୍ରହ୍ମବରଦା ପୁଲିସ ଜଣେ ଯୁବକକୁ ଦୀର୍ଘ ଦିନ ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଯୁବକ ଜଣକ ହେଲେ ବ୍ରହ୍ମବରଦା ଥାନା ମହେଶ୍ୱରପୁର ପଂଚାୟତ ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ନବି ହୋସେନଙ୍କ ପୁଅ ସେଖ୍ ଆରିଫ(୨୭)ବୋଲି ଜଣାପଡିଛି। ଆରିଫ ମଙ୍ଗଳବାର ଦିନ ବଜାରରେ ବୁଲୁ ଥିବା ସମୟରେ ପୁଲିସ ଗିରଫ କରିଥିଲା।

ସୂଚନା ଥାଉକି, ୨୬ା୯ା୨୦୨୫ ମସିହାରେ ଝାଡଖଣ୍ଡ ଅଂଚଳର ସୋମଲା ମୁଣ୍ଡାଙ୍କ ପୁଅ ଅଶୋକ ୧୨ ଚକିଆ ଟ୍ରକ(ଓଡି୨୨ଟି୬୧୧୧) ନେଇ ବ୍ରହ୍ମବରଦା ଅଂଚଳକୁ ଆସିଥିଲେ। ତେବେ ଡ୍ରାଇଭର ଓ ଖଲାସୀ ଦୁହେଁ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ନିକଟରେ ଟ୍ରକ ପାର୍କିଂ କରି ଶୋଇ ଥିଲେ। ତେବେ ରାତିରେ ସ୍ଥାନୀୟ ଅଂଚଳର ୨ ଜଣ ଯୁବକ ସେମାନଙ୍କୁ ଧମକ ଚମକ ଦେଇ ମରଣାସ୍ତ୍ର ଦେଖାଇ ୫୩୦୦ଟଙ୍କା ଲୁଟି ନେଇଥିଲେ। ଏନେଇ ଅଶୋକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ସେଖ୍ ମନୁଆଙ୍କ ପୁଅ ସେଖ ଖାଲିଦ ଓ ନବି ହୋସେନଙ୍କ ପୁଅ ସେଖ ଆରିଫଙ୍କ ନାମରେ ଅଭିଯୋଗ କରିଥିଲେ। ପୁଲିସ ୨୩୧ା୨୫ରେ ଏକ ମାମଲା ରୁଜୁ କରିଥିଲା। ତେବେ ଆରିଫ ସେହି ଦିନଠାରୁ ଫେରାର ହୋଇଯାଇ ଥିଲା। ମଙ୍ଗଳବାର ରାତିରେ ଆରିଫ ବଜାରରେ ବୁଲୁଥିବା ସମୟରେ ପୁଲିସ ତାକୁ ଗିରଫ କରିଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande