୨୦୨୭ ଜନଗଣନା ପ୍ରସ୍ତୁତି : ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ
୨୦୨୭ ଜନଗଣନା ପ୍ରସ୍ତୁତି : ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ
୨୦୨୭ ଜନଗଣନା ପ୍ରସ୍ତୁତି : ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ


୨୦୨୭ ଜନଗଣନା ପ୍ରସ୍ତୁତି : ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ


ସମ୍ବଲପୁର, ୨୫, ଫେବ୍ରୁଆରୀ (ହି.ସ.) ଆସନ୍ତା ୨୦୨୭ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା ନିମନ୍ତେ ଜନଗଣନା ଅଧିକାରୀଙ୍କ ନିମନ୍ତେ ଏକ ଜିଲାସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ସମ୍ବଲପୁର ଜିଲ୍ଲା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପରିସଂଖ୍ୟାନ ଅନୁସନ୍ଧାନକାରୀ ଅଭିଷେକ ମିଶ୍ର ଏବଂ ପରିସଂଖ୍ୟାନ ଅନୁସନ୍ଧାନକାରୀ (ଗ୍ରେଡ ୨) ଆଶୁତୋଷ କୁମାର ସିଂହଙ୍କ ଦ୍ଵାରା ଜନଗଣନା ପରିସଂଖ୍ୟାନ ଓ ଏହାର ବ୍ୟବହାରିକ ଦିଗର ବିଭିନ୍ନ ମଡ୍ୟୁଲ ସମ୍ପର୍କରେ ଶିବିରରେ ଯୋଗ ଦେଇଥିବା ସମସ୍ତ ଅଧିକାରୀଙ୍କୁ ବିସ୍ତୃତ ଧାରଣା ପ୍ରଦାନ କରାଯାଇଥିଲା। ଏଚ୍ଏଲଓ ମାଧ୍ୟମରେ ଘର ତାଲିକାକରଣ ଓ ଗୃହ ଜନଗଣନା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ପ୍ରକ୍ରିୟା, ପରିଭାଷା ପୋର୍ଟାଲର ବିଭିନ୍ନ ବୈଶିଷ୍ଟ୍ୟ ୱେବ୍ ଆପ୍ଲିକେସନ୍, ମ୍ୟାପିଙ୍ଗ, ଓ ସ୍ୱୟଂ-ଗଣନା ପ୍ରକ୍ରିୟା , ସହିତ ଗ୍ରାମ, ସହର ଏବଂ ଚାର୍ଜ ରେଜିଷ୍ଟରର ସମଗ୍ର ଅଭିଧାନ ଉପରେ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା। ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆସନ୍ତା ଜନଗଣନା କାର୍ଯ୍ୟକ୍ରମକୁ ସଠିକ୍, ସମୟୋପଯୋଗୀ ଓ ପ୍ରଯୁକ୍ତିମୂଳକ ପଦ୍ଧତିରେ ସମ୍ପାଦନ କରିବା। ସିଏମ୍ଏମ୍ଏସ୍ ମାଧ୍ୟମରେ ତଥ୍ୟ ସଂଗ୍ରହ, ପର୍ଯ୍ୟବେକ୍ଷଣ ଓ ପରିଚାଳନା କାର୍ଯ୍ୟକୁ ସୁଚାରୁ ଭାବେ କିପରି କରାଯିବ, ସେ ବିଷୟରେ ପ୍ରଶିକ୍ଷକମାନେ ପ୍ରାୟୋଗିକ ଉପସ୍ଥାପନ ଦେଇଥିଲେ। ଏଚ୍ଏଲ୍ଓ ଅପରେସନ ମ୍ୟାନେଜମେଣ୍ଟ ମାଧ୍ୟମରେ ହାଉସଲିଷ୍ଟିଂ ଅପରେସନ ସମ୍ପର୍କିତ ତଥ୍ୟ ସଂଗ୍ରହ ଓ ନିରୀକ୍ଷଣ ପ୍ରକ୍ରିୟା ବିଷୟରେ ସ୍ପଷ୍ଟ ଧାରଣା ଦିଆଯାଇଥିଲା। ଏହା ଦ୍ୱାରା କିପରି ତଥ୍ୟ ସଂଗ୍ରହ କରାଯିବ, ସେଥିପାଇଁ ପ୍ରାୟୋଗିକ ଅଭ୍ୟାସ ମଧ୍ୟ କରାଯାଇଥିଲା।ଏଥିରେ ଜନଗଣନା କର୍ମଚାରୀ ଘରକୁ ଘର ଗଠନ, ଘରୋଇ ସମ୍ପତ୍ତି ଏବଂ ପରିବାର ସମ୍ବନ୍ଧୀୟ ମୌଳିକ ସୂଚନା ସଂଗ୍ରହ କରିବେ। ସ୍ୱୟଂ ଗଣନା ନିଜର ତଥ୍ୟ ନିଜେ ଦାଖଲ କରିବାକୁ ଚାହୁଁଥିବା ବାସିନ୍ଦାଙ୍କ ପାଇଁ ଏପ୍ରିଲ୍ ୧ ରୁ ଏପ୍ରିଲ୍ ୧୫, ୨૦୨୬ ପର୍ଯ୍ୟନ୍ତ ଏକ ୧୫ ଦିନିଆ ୱିଣ୍ଡୋ ଉପଲବ୍ଧ ରହିବ | ଏହା ସହିତ ଅଧିକାରୀରୀମାନଙ୍କ ପ୍ରଶିକ୍ଷଣ ପ୍ରବନ୍ଧନ ଦ୍ୱାରା ଆବଶ୍ୟକ ପ୍ରିଣ୍ଟିଂ ସାମଗ୍ରୀ ଓ ଲଜିଷ୍ଟିକ୍ସ ବ୍ୟବସ୍ଥାପନା ବିଷୟରେ ଅଲୋଚନା କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ କୁଚିଣ୍ଡା ଉପଜିଲ୍ଲା ପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ, ସମସ୍ତ ପୌରନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଡେପୁଟି କଲେକ୍ଟର ଜନଗଣନା କାର୍ଯ୍ୟ ସହ ଜଡିତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande