ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ଉପରେ ଜିଲ୍ଲା ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର,୨୫ ଫେବୃଆରୀ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭାରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ର ଜିଲ୍ଲା ସ୍ତରୀୟ ସଚେତନତା ଶିବିର ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ବ
ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ଉପରେ ଜିଲ୍ଲା ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ।


ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ଉପରେ ଜିଲ୍ଲା ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ।


ସୁବର୍ଣ୍ଣପୁର,୨୫ ଫେବୃଆରୀ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭାରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ର ଜିଲ୍ଲା ସ୍ତରୀୟ ସଚେତନତା ଶିବିର ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ତରଭା ପରିଚାଳନା କରିଥିଲେ।

ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ଯେ ଆଜିକାଲି ଅଧିକାଂଶ ସମସ୍ୟାର ମୂଳ କାରଣ ହେଉଛି ଯୁବ ଓ ବରିଷ୍ଠ ପିଢ଼ି ମଧ୍ୟରେ ଥିବା ଚିନ୍ତାଧାରାର ବ୍ୟବଧାନ। ସେମାନେ ପରସ୍ପରକୁ ଗ୍ରହଣ କଲେ ଅନେକ ସମସ୍ୟାର ସମାଧାନ ସମ୍ଭବ ହେବ। ଆମେ ଆଇନର ସହାୟତା ନ ନେଇ ମଧ୍ୟ ବରିଷ୍ଠ ନାଗରିକଙ୍କ ସହିତ ବୁଝାମଣାରେ ରହିପାରିବା ବୋଲି ସେ କହିଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବୀଣାପାଣି ମିଶ୍ର, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଓ ହେଲ୍ପପେଜ ଇଣ୍ଡିଆର ପ୍ରକଳ୍ପ ସଂଯୋଜିକା ଦେବଶ୍ରୀ ବ୍ରହ୍ମା ଉପସ୍ଥିତ ଥିଲେ। ଶିବିରରେ ଭରଣପୋଷଣ ବରିଷ୍ଠ ନାଗରିକ ଆଇନ, ୨୦୦୭ ବିଷୟରେ ଉପସ୍ଥିତ ଅଧିକାରୀ, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକମାନଙ୍କୁ ବିସ୍ତୃତ ଭାବେ ବୁଝାଯାଇଥିଲା।

ଶ୍ରୀମତୀ ବ୍ରହ୍ମା କହିଥିଲେ ଯେ ଏହି ଅଧିନିୟମ କେବଳ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ନୁହେଁ, ବରଂ ଯେଉଁ ପିତାମାତାଙ୍କ ଉପରେ ଅତ୍ୟାଚାର ହେଉଛି ସେମାନେ ଏହି ଆଇନ ଅନୁଯାୟୀ ସଂପୃକ୍ତ ଉପଜିଲ୍ଲାପାଳ ବା ଟ୍ରିବ୍ୟୁନାଲ୍ ମାଧ୍ୟମରେ ନ୍ୟାୟ ପାଇପାରିବେ। ଯଦି ଉପଜିଲ୍ଲାପାଳ ବା ଟ୍ରିବ୍ୟୁନାଲ୍ ଆଦେଶ ବା ରାୟ ଉପରେ ଅସନ୍ତୁଷ୍ଟ ହେଲେ ଅପିଲ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ନିକଟରେ ଅପିଲ ଫାଇଲ କରିବାର ବ୍ୟବସ୍ଥା ଏହି ଆଇନ ରେ ଥିବା ବିଷୟ ଅବଗତ କରାଯାଇଥିଲା। ପ୍ରତ୍ୟେକ ଜିଲ୍ଲାରେ ୧୫୦ କ୍ଷମତାସମ୍ପନ୍ନ ବରିଷ୍ଠ ନାଗରିକ ଆଶ୍ରୟସ୍ଥଳୀ ରହିବା ଓ ଏହାର ତଦାରଖ ଜିଲ୍ଲାପାଳ କରିବେ ବୋଲି ସୂଚନା ଦିଆଯାଇଥିଲା। ଫର୍ମ-ଏ ପୂରଣ କରି ମାମଲା ରୁଜୁ କରିବା ଏବଂ ସଠିକ ପରିଚାଳନା ମାଧ୍ୟମରେ ପୀଡ଼ିତଙ୍କୁ ନ୍ୟାୟ ଦେବାର ବ୍ୟବସ୍ଥା ଥିବା ସଚେତନ କରାଯାଇଥିଲା।

ଜିଲ୍ଲା ନାଗରିକ କଲ୍ୟାଣ କମିଟି ପ୍ରତିମାସରେ କମରେ ଥରେ ବୈଠକ କରିବା ଆବଶ୍ୟକ ଓ ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରତ୍ୟେକ ବ୍ଲକ୍କୁ ପହଂଚାଯିବ ବୋଲି କୁହାଯାଇଥିଲା। କେହି ବରିଷ୍ଠ ନାଗରିକ କିମ୍ବା ପିତାମାତା ଅସୁବିଧାର ସମ୍ମୁଖୀନ ହେଲେ ଏଲଡରଲାଇନ ହେଲ୍ପଲାଇନ ୧୪୫୬୭ ରେ ସହାୟତା ନେଇପାରିବେ।

ଶେଷରେ ଜିଲ୍ଲାପାଳ ଶ୍ରୀ ସାହୁ ବରିଷ୍ଠ ନାଗରିିକମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ସେମାନେ ଏବେ ମଧ୍ୟ ଯୁବା ଅବସ୍ଥାରେ ଅଛନ୍ତି ଏବଂ ନୂତନ ପିଢ଼ିକୁ ଗ୍ରହଣ କଲେ ସମସ୍ୟାର ସମାଧାନ ସହଜ ହେବ। ଯୁବ ପିଢ଼ି ମଧ୍ୟ ସେମାନଙ୍କୁ ଗ୍ରହଣ କରିବା ଉଚିତ କାହିଁକି ନା ସେମାନେ ମଧ୍ୟ ଦିନେ ସେହି ଅବସ୍ଥା ରେ ପହଁଚିବେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande