ହୋର୍ଡିଂ ଭୁଶୁଡ଼ିବା ଘଟଣା : ୨ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର , ୨୫ ଫେବୃଆରୀ (ହି.ସ.) - ଭୁବନେଶ୍ୱରର ଆଇଗିଣିଆ ଅଂଚଳରେ ଦୁଃଖଦ ଘଟଣାକ୍ରମେ ଏକ ହୋର୍ଡିଂ ଭୁଶୁଡ଼ି ଟୁନା ଗୌଡ଼ (ପିତା -ମୁରଲୀ ଗୌଡ଼) ଏବଂ ସଚ୍ଚିଦାନନ୍ଦ ପ୍ରଧାନ (ପିତା-ସନ୍ତୋଷ ପ୍ରଧାନ) ଙ୍କର ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ଏଥ
CM


ଭୁବନେଶ୍ୱର , ୨୫ ଫେବୃଆରୀ (ହି.ସ.) - ଭୁବନେଶ୍ୱରର ଆଇଗିଣିଆ ଅଂଚଳରେ ଦୁଃଖଦ ଘଟଣାକ୍ରମେ ଏକ ହୋର୍ଡିଂ ଭୁଶୁଡ଼ି ଟୁନା ଗୌଡ଼ (ପିତା -ମୁରଲୀ ଗୌଡ଼) ଏବଂ ସଚ୍ଚିଦାନନ୍ଦ ପ୍ରଧାନ (ପିତା-ସନ୍ତୋଷ ପ୍ରଧାନ) ଙ୍କର ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଉଭୟ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ଏହି ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande