ଦକ୍ଷିଣ କାଳୀ ମନ୍ଦିରରୁ ଚୋରି
ଗଂଜାମ, 25 ଫେବ୍ରୁଆରି (ହି.ସ.) କିଛିଦିନର ନୀରବତା ପରେ ପୁଣି ଗଞ୍ଜାମ ଜିଲ୍ଲାରେ ମନ୍ଦିର ଚୋରୀ ଘଟଣା ଘଟିଛି । କବିସୂର୍ଯ୍ୟ ନଗର ମେରୁଵନ୍ଧ ସାହିରେ ଥିବା ପରିଡ଼ା ପାର୍ଟି ଶ୍ରୀ ଦକ୍ଷିଣ କାଳୀ ମନ୍ଦିରରେ ଗତକାଲି ଚୋରମାନେ ପସି ମନ୍ଦିର ପରିସରରେ ଥିବା ଦୁଇଟି ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ
ଦକ୍ଷିଣ କାଳୀ ମନ୍ଦିରରୁ ଚୋରି


ଗଂଜାମ, 25 ଫେବ୍ରୁଆରି (ହି.ସ.)

କିଛିଦିନର ନୀରବତା ପରେ ପୁଣି ଗଞ୍ଜାମ ଜିଲ୍ଲାରେ ମନ୍ଦିର ଚୋରୀ ଘଟଣା ଘଟିଛି । କବିସୂର୍ଯ୍ୟ ନଗର ମେରୁଵନ୍ଧ ସାହିରେ ଥିବା ପରିଡ଼ା ପାର୍ଟି ଶ୍ରୀ ଦକ୍ଷିଣ କାଳୀ ମନ୍ଦିରରେ ଗତକାଲି ଚୋରମାନେ ପସି ମନ୍ଦିର ପରିସରରେ ଥିବା ଦୁଇଟି ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗ ପାଇ କବିସୂର୍ଯ୍ୟନଗର ଥାନା ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande