ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ମଧ୍ୟରେ ଅନୁଷ୍ଠିତ କ୍ରୀଡ଼ା ଉତ୍ସବରେ ୧୯୦ ଜଣ ପ୍ରତିଯୋଗୀଙ୍କ ଅଂଶଗ୍ରହଣ
District-level sports competition on the occasion of International Women’s Day.
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ମଧ୍ୟରେ ଅନୁଷ୍ଠିତ କ୍ରୀଡ଼ା ଉତ୍ସବରେ ୧୯୦ ଜଣ ପ୍ରତିଯୋଗୀଙ୍କ ଅଂଶଗ୍ରହଣ


ଝାରସୁଗୁଡ଼ା,୨୫ ଫେବୃଆରୀ(ହି.ସ.) – ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ଓଏସଏପି ଦ୍ୱିତୀୟ ବାଟାଲିୟନ ପରେଡ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗରତିଆଙ୍କ ତଲ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୧୯୦ ଜଣ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଅଂଶଗ୍ରହଣ କରିଥିଲେ। ଏହି ଦିନିକିଆ କ୍ରୀଡ଼ା ଉତ୍ସବରେ ଖୋ-ଖୋ, କବଡ଼ି ଏବଂ ଟଗ୍ ଅଫ୍ ୱାର୍ ଭଳି ପାରମ୍ପରିକ ଖେଳ ପ୍ରଦର୍ଶିତ ହୋଇଥିଲା।

କାର୍ଯ୍ୟକ୍ରମରେ ଚଙ-ମଙ୍କଜ୍ଞ-ଚଙ ଯାଜ୍ଞସେନୀ ମହାନନ୍ଦ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ କୃଷ୍ଣପ୍ରିୟା ପ୍ରଧାନ, ଉପଖଣ୍ଡ ସ୍ତରୀୟ ଅଧିକାରୀ ମିନାକ୍ଷୀ ରାଜଙ୍କ ସମେତ ସମସ୍ତ ପ୍ରକଳ୍ପର ସିଡ଼ିପିଓ, ସୁପରଭାଇଜର ଏବଂ ବ୍ଲକ୍ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande