ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଚକ୍ଷୁ ପରୀକ୍ଷା ଶିବିର, ମୋଟ ୮୫ ଜଣଙ୍କର ପରୀକ୍ଷା ସଂପନ୍ନ
ଭଦ୍ରକ, ୨୫ ଫେବୃୟାରୀ (ହି.ସ.) - ଚକ୍ଷୁ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଜିଲ୍ଲାପାଳକଂ କାର୍ଯ୍ୟାଳୟ ପରିସରସ୍ଥ ସାଲନ୍ଦି ସଭାଗୃହରେ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ସରକାରୀ କର୍ମଚାରୀଙ୍କ ପାଇଁ ଆୟୋଜିତ ହେଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ଦ୍ୱାରା ଉ
GOVT. STAFF EYE TESTING


ଭଦ୍ରକ, ୨୫ ଫେବୃୟାରୀ (ହି.ସ.) - ଚକ୍ଷୁ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଜିଲ୍ଲାପାଳକଂ କାର୍ଯ୍ୟାଳୟ ପରିସରସ୍ଥ ସାଲନ୍ଦି ସଭାଗୃହରେ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ସରକାରୀ କର୍ମଚାରୀଙ୍କ ପାଇଁ ଆୟୋଜିତ ହେଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ଦ୍ୱାରା ଉଦ୍ଘାଟିତ ଏହି ଶିବିରଟି ଜିଲ୍ଲା ରେଡ୍ କ୍ରସ୍ ସମିତି, ଭଦ୍ରକଙ୍କ ଆନୁକୂଳ୍ୟରେ ଆୟୋଜିତ ହେଇଯାଇଛି। ଜଗଦୀଶ ପ୍ରସାଦ ମହାପାତ୍ର, ସେଂଟର ହେଡ୍, ଡା. ଅଗରୱାଲ୍ସ ଆଇ କ୍ଲିନିକ୍, ଭଦ୍ରକଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଶିବିର ଆୟୋଜିତ ହେଇଛି। ଉକ୍ତ ଚକ୍ଷୁ ଶିବିରରେ ମୋଟ ୮୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଛି। ଶିବିରରେ ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଓ ସହାୟକ କର୍ମଚାରୀମାନଙ୍କ ଦ୍ୱାରା ନିଶୁଳ୍କ ଚକ୍ଷୁ ପରୀକ୍ଷା, ପରାମର୍ଶ ଓ ଆବଶ୍ୟକତାନୁସାରେ ପରବର୍ତୀ ଚିକିତ୍ସା ସନ୍ଦର୍ଭରେ ମାର୍ଗଦର୍ଶନ ଯୋଗାଇ ଦିଆଯିବ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande