ନୂଆପଡ଼ାରେ ଗ୍ରାମଦୟ ସମୀକ୍ଷା ବୈଠକ ଅନୁଷ୍ଠିତ
ନୂଆପଡା, ୨୫ ଫେବୃଆରୀ (ହି.ସ.)- ନୂଆପଡ଼ାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଗ୍ରାମଦୟ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କ
Gramodaya baithak anusthita


ନୂଆପଡା, ୨୫ ଫେବୃଆରୀ (ହି.ସ.)- ନୂଆପଡ଼ାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଗ୍ରାମଦୟ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ୍ ପାଲ ସିଂ କହିଥିଲେ ଯେ ବାମପନ୍ଥୀ ନକ୍ସଲବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡିକର ବିକାଶ ପାଇଁ ଏବଂ ଏଠାରେ ସମସ୍ତ ସରକାରୀ ଯୋଜନାର ପରିପୂର୍ଣତା ପାଇଁ କେନ୍ଦ୍ର ସରକାର ଦ୍ବାରା ଗ୍ରାମଦୟ ଯୋଜନା ପରିଚାଳିତ ହେଉଛି l ଏବେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଗ୍ରାମଗୁଡିକରେ ଉନ୍ନତି ବିଧାନ ସହିତ ବ୍ୟାପକ ପରିବର୍ତ୍ତନ ଆସିଛି l ପରିପୁର୍ଣତା ଭିତ୍ତିରେ ବିଭିନ୍ନ ଜନହୀତକାରୀ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ନୂଆପଡା ଜିଲ୍ଲାରେ ମଧ୍ୟ ଗ୍ରାମୋଦୟ ଯୋଜନା ଗ୍ରହଣ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ବିଶ୍ବାସ ବୃଦ୍ଧି କରିବା ପାଇଁ ବିଭିନ୍ନ ମୌଳିକ ସୁବିଧା ଓ ଜନକଲ୍ୟାଣକାରୀ ଯୋଜନା ଗୁଡିକର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା l ସେହି ଲକ୍ଷ୍ୟରେ ଆମକୁ ଭବିଷ୍ୟତ କର୍ମ ପନ୍ଥା ସ୍ଥିର କରିବାକୁ ପଡ଼ିବ l ବର୍ତ୍ତମାନ ମାଓ ଆନ୍ଦୋଳନ ଶେଷ ହେବାରେ ବସିଛି l ଆଞ୍ଚଳିକ ପ୍ରଗତି ଦ୍ଵାରା ଆମେ ମାଓବାଦ ବିନାଶ କରି ପାରିଵା l ଜିଲ୍ଲାପାଳ କହିଲେ ଯେ ଆମେ ସାର୍ବଜନୀନ ଭିତ୍ତିଭୂମି, ସେବା ଏବଂ ଜୀବିକା ସହାୟତା କ୍ଷେତ୍ରରେ ଥିବା ସମସ୍ତ ପାର୍ଥକ୍ୟ ଦୂର କରିବା । ସଂପୃକ୍ତ ଅଂଚଳରେ ସାମୁହିକ ଭାବରେ ଏବଂ ଗ୍ରାମ ସ୍ତରରେ ପ୍ରତ୍ୟେକ ବ୍ୟକ୍ତି ଓ ପରିବାରଗୁଡିକୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରାଯିବ। ଏହି କ୍ରମରେ ଜିଲ୍ଲାପାଳ ବିଭିନ୍ନ ବିଭାଗ ଦ୍ଵାରା ଏହି ଅଂଚଳରେ ଗ୍ରହଣ କରାଯାଇଥିବା ପ୍ରକଳ୍ପ ଏବଂ ପଦକ୍ଷେପ ଗୁଡ଼ିକର ସମିକ୍ଷା କରିଥିଲେ l ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ଏଠାକାର ବିକାଶ ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l ଆଜିକାର ବୈଠକରେ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଏପିଡି କ୍ଷମାନିଧି ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ଉପ ଜିଲ୍ଲାପାଳ ଶୂର୍ମି ସୋରେନ୍,ସମସ୍ତ ବିଡ଼ିଓ, ତହସିଲଦାର ,ଜିଲ୍ଲା ସ୍ତରୀୟ ଅଧିକାରୀ, ଯନ୍ତ୍ରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଯୋଗ ଦେଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande