

ସୁବର୍ଣ୍ଣପୁର,୨୫ ଫେବୃଆରୀ(ହି.ସ.) – ସୋନପୁର ରେଳଷ୍ଟେସନ ୨୦୨୪ ନିର୍ବାଚନ ପୂର୍ବରୁ ରେଳ ଚଳାଚଳ କରୁଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ରେଳ ଷ୍ଟେସନ ରେ ଏଜଚ ପୋଲିସ ଷ୍ଟେସନ ଯାହାକି ଡ଼ି ଜି ପୋଲିସ ଖୋଲିବା ନିୟମ ତାହା ଖୋଲାଯାଇନି। ଏଥିସଂକ୍ରାନ୍ତ ରେ ଡ଼ି.ଜି, ଡ଼ି. ଆଇ. ଜି, ଓଡ଼ିଶା, ଏସ. ପି ସୁବର୍ଣ୍ଣପୁରଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ବି ଓଡିଶା ଡ଼ି. ଜି ଆଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା କ୍ଷୋଭର ବିଷୟ। ଜିଆରପି ଥାନା ନଥିବା ଯୋଗୁଁ ରେଳ ଷ୍ଟେସନରେ ଆଜି ପର୍ଯ୍ୟନ୍ତ ଯାହା ସବୁ ଅପରାଧ ଘଟୁଛି ସେଥି ରେ କିଛି ଅପରାଧୀ ଧରାପଡି ରେଳ ଯୋଗେ ବଲାଙ୍ଗୀର ଚାଲାଣ କରାଯାଇ ବଲାଙ୍ଗୀର ଜି ଆର ପି ରେ ମୋକଧମା ପଞ୍ଜିକରଣ କରାଯାଇ ବଲାଙ୍ଗୀର କୋର୍ଟରେ ମାମଲାର ବିଚାର କରାଯାଉଛି। ଚିନ୍ତାର ବିଷୟ ଯେ ଆଜି ପର୍ଯ୍ୟନ୍ତ ସୋନପୁର ଭଳି ଏକ ଛୋଟ ନୂଆ ଷ୍ଟେସନରେ ୪୪ଟି ଅପରାଧିକ ଘଟଣାରେ ସଫଳତାର ସହିତ ଆସାମୀ ଧରା ପଡ଼ି ବଲାଙ୍ଗୀର କୋର୍ଟକୁ ଚାଲାଣ କରାଯାଇଛି ଏବଂ ନୂଆ ଷ୍ଟେସନ ଯୋଗୁଁ ରେଳ ଦପ୍ତର ଆରପିଏଫ ଥାନା ମଧ୍ୟ ଖୋଲି ନାହାନ୍ତି। ଏଥିସଂକ୍ରାନ୍ତରେ ଶ୍ରମିକ ନେତା ଶ୍ରୀ ଗୋବିନ୍ଦ ମହାରଣା ଡିଜି ପୋଲିସ, ଜିଏମ ପୂର୍ବତଟ ରେଳବାଇଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଆରପି ଏବଂ ଆର୍ପିଏଫ ଥାନା ସୋନପୁର ରେଳ ଷ୍ଟେସନରେ ଖୋଲା ନଯିବା ଦୁଃଖର ବିଷୟ। ତୁରନ୍ତ ଜିଆରପି, ଓଆରପିଏଫ ଥାନା ସୋନପୁର ରେଳ ଷ୍ଟେସନ ରେ ଖୋଲିବା ପାଇଁ ଶ୍ରୀ ଗୋବିନ୍ଦ ମହାରଣାଙ୍କ ସମେତ ବୁଦ୍ଧିଜୀବି ଦୃଢ଼ ଦାବୀ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ