ଜବରଦଖଲ ଉଚ୍ଛେଦ ସାମଗ୍ରୀ କବାଡିଆ ଦୋକାନରେ ବିକ୍ରି ଅଭିଯୋଗ

ସମ୍ବଲପୁର, ୨୫, ଫେବ୍ରୁଆରୀ (ହି.ସ.) ଗତ କିଛି ଦିନ ତଳେ ସମ୍ବଲପୁର ଜିଲ୍ଲା ପ୍ରଶାସନ ସହରର ବିଭିନ୍ନ ସ୍ଥାନରେ ବର୍ଷ ବର୍ଷ ଧରି ମୁଣ୍ଡ ଟେକିଥିବା ଜବରଦଖଲକୁ ଦୃଢ଼ ହସ୍ତରେ ଉଛେଦ କରିଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ସମ୍ବଲପୁର ମହାନଗର ନିଗମକୁ ଲୋକେ ପ୍ରଶଂସା ଓ ବହୁ ଉଚ୍ଚପ୍ରଶଂସା ମଧ୍ୟ କରିଥିଲେ । ହେଲେ ଅଧିକାରୀଙ୍କ ଠୁଁ କର୍ମଚାରୀ ପର୍ଯ୍ୟନ୍ତ ମାସିକ ମୋଟା ବେତନ ପାଉଥିଲେ ମଧ୍ୟ ନିଅଂଟିଆ ଓ ଅଭାବ କେଉଁଠି ରହିଲା ତାହା ଏବେ ନିର୍ଦ୍ଧିଷ୍ଟ ମହଲରେ ଅନୁସନ୍ଧାନ ଆରମ୍ଭ ହୋଇଥିବା ଶୁଣିବାକୁ ମିଳିଛି । ସୂଚନାନୁଯାୟୀ ମହାନଗର ନିଗମର ଉଚ୍ଛେଦ ପ୍ରକ୍ରିୟା ବେଳେ ବହୁ ଗରିବ ଗୁରୁବାଙ୍କ କାନ୍ଦ ବୋବାଳି ଓ ଅସହାୟତାକୁ ଅଣଦେଖା କରାଯାଇଥିଲା । ଯାହା ଭଙ୍ଗାଗଲା ଭଙ୍ଗାଗଲା, ଆଉ ଅନେକ ସାମଗ୍ରୀ ଜବତ ମଧ୍ୟ କରାଯାଇଥିଲା । ହେଲେ ସ୍ପଷ୍ଟ ଦିବାଲୋକରେ ଗରିବ ଗୁରୁବାଙ୍କ ଭଙ୍ଗା ଆଜବେଷ୍ଟସ, ଲୁହା ଟୁକୁରା ସାମଗ୍ରୀକୁ ନିଜ ଗାଡ଼ିରେ ନେଇ କୌଣସି କବାଡ଼ି ଗୋଦାମକୁ ଯାଇ ବିକ୍ରି କରିବା ଘଟଣା ସମ୍ପ୍ରତି ମହାନଗର ନିଗମର ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରାଇଛି । କାହାର ଏତେ ଅଭାବ ପଡ଼ିଲା, ଯାହାକି ଅଫିସ୍ ଗାଡ଼ିରେ ଭଙ୍ଗା ଦଦରା ଜିନିଷ ବିକିବାକୁ କବାଡ଼ି ଦୋକାନକୁ ଯିବାକୁ ପରିସ୍ଥିତି ବାଧ୍ୟ କଲା । ଏବେ ଏହି ଦୃଶ୍ୟର ଭିଡିଓ ଫୁଟେଜ୍ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବାବଦରେ କ'ଣ ସଫେଇ ଦିଆଯିବ ସେନେଇ ନିର୍ଦ୍ଧିଷ୍ଟ କର୍ମଚାରୀଙ୍କ ରୁଦ୍ଧଦ୍ୱାର ବୈଠକ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande