
ଜୟପୁର, ୨୫ ଫେବ୍ରୁଆରି (ହି.ସ.) - ଜୟପୁର ପୌରପାଳିକା ଅଧିନରେ କାମ କରୁଥିବା ଗାରିମା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ୧୧ଜଣ କର୍ମଚାରୀ ମାନଙ୍କୁ ଆଜି ମୋବାଇଲ ପ୍ରଦାନ କରାଯାଇଛି। ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌରଉପାଧ୍ୟକ୍ଷ ବି. ସୁନିତା, ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ ପ୍ରମୁଖ ଉପସ୍ଥିତ ରହି ମୋବାଇଲ ଏବଂ ସିମ ପ୍ରଦାନ କରିଥିଲେ। ଗାରିମା ଅନ୍ତର୍ଭୁକ୍ତ ଥିବା କର୍ମଚାରୀ ମାନେ ଠିକ ସମୟରେ ଏହି ମୋବାଇଲର ବ୍ୟବହାର କରିବେ। ସମସ୍ତେ ସେଫଟି କିଟି ବ୍ୟବହାର କରୁଛନ୍ତି କି ନାହିଁ ସେନେଇ ମଧ୍ୟ ମୋବାଇଲ ମାଧ୍ୟମରେ ଜଣା ପଡିବ। କମ ସମୟରେ ଅଧିକ ସ୍ଥାନରେ ସଫେଇ କାର୍ଯ୍ୟ ହୋଇପାରିବ ବୋଲି ପୂଜା ରାଉତ ପ୍ରକାଶ କରିଛନ୍ତି। ସରକାରଙ୍କ ଏହି ଯୋଜନା ଫଳରେ ଅନେକ ସାନିଟେସନ କର୍ମଚାରୀ ଉପକୃତ ହୋଇପାରିବେ।
ହିନ୍ଦୁସ୍ଥାନ ସମାଚାର / ପିକେପି