
ଝାରସୁଗୁଡ଼ା,୨୫ ଫେବୃଆରୀ(ହି.ସ.) – ଜିଲ୍ଲାର ଶିଳ୍ପାୟନ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଊସଗ୍ଦଗ୍ଧକ୍ସସମଗ୍ଧ ଖରଙ୍ଖରକ୍ଷ ଝସଦ୍ଭଶକ୍ଷର ଡସଦ୍ଭୟକ୍ଟଙ୍ଗ ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରର (ଊଖଝଡଉଇ) ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ମୁଖ୍ୟତଃ ପ୍ଲାଷ୍ଟିକ ରିସାଇକ୍ଲିଂ, ମାଣ୍ଡିଆ ବେକେରୀ, ରିଫ୍ରାକ୍ଟ୍ରି ବ୍ରିକ୍ସ ନିର୍ମାଣ ଏବଂ ରେଳୱେ ସାଇଡିଂ ଭଳି ବିଭିନ୍ନ କ୍ଷେତ୍ରର ୪ଟି ବୃହତ ପ୍ରକଳ୍ପ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ପ୍ରାୟ ୮୩.୫୬ କୋଟି ଟଙ୍କାର ଏହି ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଜିଲ୍ଲାର ୧୧୪୨ ଜଣ ବ୍ୟକ୍ତିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପରେ କମିଟି ପକ୍ଷରୁ ଏକ ପ୍ଲାଷ୍ଟିକ ରିସାଇକ୍ଲିଂ ୟୁନିଟକୁ ପ୍ରାଥମିକ ଭାବେ ଅନୁମୋଦନ ପ୍ରଦାନ କରାଯାଇଛି।
ଏହି ବୈଠକରେ ଉପ-ଜିଲ୍ଲାପାଳ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ, ଇଡକୋ ପ୍ରତିନିଧି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ, ବାଣିଜ୍ୟିକ କର ବିଭାଗର ଉପ-କମିଶନର, ମୁଖ୍ୟ ଜିଲ୍ଲା ବ୍ୟାଙ୍କ ପ୍ରବନ୍ଧକ, ଝାରସୁଗୁଡ଼ା ଓ କୋଲାବିରା ତହସିଲଦାର ଏବଂ ଦୀପା(ଊଓଚଇ) ଟିମ୍ ଉପସ୍ଥିତ ରହି ବିଭିନ୍ନ ଶିଳ୍ପ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେଫ
.......................................
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ