ନୂଆପଡ଼ାରେ ଜିଲ୍ଲା ଜଳ ଓ ପରିମଳ ମିଶନ ବୈଠକ ଅନୁଷ୍ଠିତ
ନୂଆପଡ଼ା,୨୫ ଫେବୃଆରୀ(ହି.ସ.) – ନୂଆପଡା ଜିଲ୍ଲାରେ ଜିଲ୍ଲା ଜଳ ଓ ପରିମଳ ମିଶନର ୧୫ତମ ବୈଠକ ଆଜି ସଦଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆଜି ଆରମ୍ଭରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣା
Jilla Jala o parimala baithak


ନୂଆପଡ଼ା,୨୫ ଫେବୃଆରୀ(ହି.ସ.) – ନୂଆପଡା ଜିଲ୍ଲାରେ ଜିଲ୍ଲା ଜଳ ଓ ପରିମଳ ମିଶନର ୧୫ତମ ବୈଠକ ଆଜି ସଦଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆଜି ଆରମ୍ଭରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ସମୀକ୍ଷା ଅନୁସାରେ “ହର ଘର ଜଳ” ଯୋଜନା ଅନ୍ତର୍ଗତ ଜିଲ୍ଲାର ୬୨୪ଟି ଗାଁରେ ସାର୍ଟିଫିକେସନ୍ କାର୍ଯ୍ୟ ୨୫ ଫେବୃଆରୀ ଯାଏଁ ସମ୍ପୂର୍ଣ୍ଣ ହୋଇଛି ଓ ଅବଶିଷ୍ଟ ଗାଁରେ କାର୍ଯ୍ୟ ଚାଲିଛି। ଖୋଲା ମଳମୁକ୍ତ ମଡେଲ୍ ଗ୍ରାମ ହିସାବରେ ଜିଲ୍ଲାରେ ୯୯.୫୩ ପ୍ରତିଶତ ସଫଳତା ହାସଲ ହୋଇଛି। ‘ବର୍ତନ ବ୍ୟାଙ୍କ’ ଅଧୀନରେ ୧୪୬ଟି ଧାର୍ଯ୍ୟ ଲକ୍ଷ୍ୟରୁ ୧୪୧ଟି ସଂପୂର୍ଣ୍ଣ ହୋଇଛି। ସେହିପରି “ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡା” ଅଭିଯାନ ଅଧୀନରେ ୦୫.୦୬.୨୦୨୫ ଠାରୁ ଏପର୍ଯ୍ୟନ୍ତ ୨,୦୪,୭୨୮ କିଲୋଗ୍ରାମ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ କରାଯାଇଛି। ଏହା ସହିତ ୩,୧୦୩ କିଲୋଗ୍ରାମ ନିଷିଦ୍ଧ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଜବତ କରାଯାଇ ୩,୨୩,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଜିଲ୍ଲାପାଳ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଗତିର ସମୀକ୍ଷା କରି ସମସ୍ତ ବିଭାଗକୁ ଅବଶିଷ୍ଟ ଲକ୍ଷ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରି ଶତ ପ୍ରତିଶତ ସଫଳତା ହାସଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ସମସ୍ତ ବି ଡି ଓ, ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ବିଭିନ୍ନ ବିଭାଗର ଯନ୍ତ୍ରୀ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande