ବଲାଙ୍ଗିରରେ କଳିଙ୍ଗ ହର୍ବାଲ୍ ମେଳାର ଆରମ୍ଭ
ବଲାଙ୍ଗିର, 25 ଫେବ୍ରୁଆରି (ହି.ସ.) ବଲାଙ୍ଗିର ବନଖଣ୍ଡ ଓ ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ଆଞ୍ଚଳିକ କଳିଙ୍ଗ ହର୍ବାଲ୍ ମେଳାର ଶୁଭାରମ୍ଭ ହୋଇଛି । ପାଞ୍ଚ ଦିନ ବ୍ୟାପୀ ଏହି ମେଳାକୁ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଉଦ୍ଘାଟନ କରିଥିଲେ । ଖଣ୍ଡୀୟ ବନ ଅଧିକାରୀ ଅଜିତ ବିଶିଙ୍କ ସଭାପତ
ବଲାଙ୍ଗିରରେ କଳିଙ୍ଗ ହର୍ବାଲ୍ ମେଳାର ଆରମ୍ଭ


ବଲାଙ୍ଗିରରେ କଳିଙ୍ଗ ହର୍ବାଲ୍ ମେଳାର ଆରମ୍ଭ


ବଲାଙ୍ଗିରରେ କଳିଙ୍ଗ ହର୍ବାଲ୍ ମେଳାର ଆରମ୍ଭ


ବଲାଙ୍ଗିରରେ କଳିଙ୍ଗ ହର୍ବାଲ୍ ମେଳାର ଆରମ୍ଭ


ବଲାଙ୍ଗିରରେ କଳିଙ୍ଗ ହର୍ବାଲ୍ ମେଳାର ଆରମ୍ଭ


ବଲାଙ୍ଗିର, 25 ଫେବ୍ରୁଆରି (ହି.ସ.)

ବଲାଙ୍ଗିର ବନଖଣ୍ଡ ଓ ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ଆଞ୍ଚଳିକ କଳିଙ୍ଗ ହର୍ବାଲ୍ ମେଳାର ଶୁଭାରମ୍ଭ ହୋଇଛି । ପାଞ୍ଚ ଦିନ ବ୍ୟାପୀ ଏହି ମେଳାକୁ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଉଦ୍ଘାଟନ କରିଥିଲେ । ଖଣ୍ଡୀୟ ବନ ଅଧିକାରୀ ଅଜିତ ବିଶିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ, ସରକାରୀ ଆୟୁର୍ବେଦ ଚିକିତ୍ସା ମହାବିଦ୍ୟାଳୟ, ବଲାଙ୍ଗିର ପ୍ରଫେସର ଡା. ମନୋଜ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଏସିଏଫ ମାନସ ରଞ୍ଜନ ବେହେରା ଓ ରେଞ୍ଜ ଅଫିସର ନବୀନ କୁମାର ପଣ୍ଡା ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ଉଦ୍ଘାଟନୀ ଉଦ୍ବୋଧନରେ କହିଥିଲେ, ଆୟୁର୍ବେଦିକ ଔଷଧ ଓ ପ୍ରାଚୀନ ଚିକିତ୍ସା ପ୍ରଣାଳୀକୁ ଜନସାଧାରଣଙ୍କ ସହିତ ଯୋଡ଼ିବା ଏହି ମେଳାର ପ୍ରଧାନ ଉଦ୍ଦେଶ୍ୟ। ସେ ବଲାଙ୍ଗିର ଜିଲ୍ଲାର ଜଙ୍ଗଲ ଓ ଔଷଧୀୟ ବୃକ୍ଷ ସୁରକ୍ଷାର ପ୍ରାସଙ୍ଗିକତା ଉପରେ ଜୋର ଦେଇଥିଲେ । କୋଶଳ କଳା ମଣ୍ଡପ ପଡ଼ିଆରେ ଆୟୋଜିତ ଏହି ମେଳାରେ ୫୫ଟି ଷ୍ଟଲ୍ ଖୋଲାଯାଇଛି । ରାଜ୍ୟର ୪୭ଜଣ ବୈଦ୍ୟ, କବିରାଜ, ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି ସହିତ ରାଜ୍ୟ ବାହାରରୁ ନାମିଦାମୀ ଆୟୁର୍ବେଦ ଔଷଧ କମ୍ପାନୀମାନେ ଅଂଶଗ୍ରହଣ କରିଛନ୍ତି । ମେଳାରେ ସର୍ବସାଧାରଣଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ରହିଛି। ମଧୁମେହ, ଉଚ୍ଚ ରକ୍ତଚାପ, ସ୍ତ୍ରୀରୋଗ, ଚର୍ମରୋଗ ଓ ଅନ୍ୟାନ୍ୟ ଦୁରାରୋଗ୍ୟ ବ୍ୟାଧି ବିଷୟରେ ବୈଦ୍ୟମାନଙ୍କ ଆଲୋଚନାଚକ୍ର, କର୍ମଶାଳା ଓ ସମ୍ମିଳନୀ ଆୟୋଜିତ ହେବ । ଏହି ହର୍ବାଲ୍ ମେଳା ଆସନ୍ତା ୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଉଦ୍ଘାଟନୀ ଅବସରରେ ବନଖଣ୍ଡ ଅଧିକାରୀ, କର୍ମଚାରୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande