ଖଡ଼ିଆଳରେ କୋସଲି ଦିନ ପାଳିତ
ନୂଆପଡା,୨୫ ଫେବୃଆରୀ (ହି.ସ.)- କୋସଲି ରତ୍ନ ପ୍ରାୟଗଦତ୍ତ ଜୋଶୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଖଡ଼ିଆଳ ଠାରେ କୋସଲି ଦିନ ଆଜି ପାଳିତ ହୋଇଯାଇଛି। ଖଡ଼ିଆଳ ପ୍ରାୟଗଦତ୍ତ ଜୋଶୀ ଛକ ଠାରେ ଥିବା ତାଙ୍କ ପ୍ରତି ଛବିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଖଡ଼ିଆଳ ସେଲ୍ଫି ପଏଣ୍ଟ ପାଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈ
Koshali dina palita


ନୂଆପଡା,୨୫ ଫେବୃଆରୀ (ହି.ସ.)- କୋସଲି ରତ୍ନ ପ୍ରାୟଗଦତ୍ତ ଜୋଶୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଖଡ଼ିଆଳ ଠାରେ କୋସଲି ଦିନ ଆଜି ପାଳିତ ହୋଇଯାଇଛି। ଖଡ଼ିଆଳ ପ୍ରାୟଗଦତ୍ତ ଜୋଶୀ ଛକ ଠାରେ ଥିବା ତାଙ୍କ ପ୍ରତି ଛବିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଖଡ଼ିଆଳ ସେଲ୍ଫି ପଏଣ୍ଟ ପାଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଡଃ ସିଦ୍ଧାର୍ଥ ଶଙ୍କର ମହାପାତ୍ରଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ରରେ କେଶବ ବେହେରା, କୋସଲୀ ମଞ୍ଚର ଜିଲ୍ଲା ସଂଯୋଜକ ରଞ୍ଜିତ ସିଂ ମହାରଥା, ଗୌତମ ପ୍ରସାଦମୁଣ୍ଡ, କୁଞ୍ଜଲତା ସିଂ ମହାରଥା, ପ୍ରାୟଗଦତ୍ତ ଜୋଶୀଙ୍କ କନ୍ୟା ପ୍ରଭାସିନୀ ଦୋଷୀ, ଚୈତନ୍ୟ ତାଣ୍ଡି, ଭବାନୀଶଙ୍କର ପଣ୍ଡା, ସୁଷମା ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ କୋସଲୀ ଭାଷାକୁ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଳନ କରିବା, କୋସଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା, କୋସଲ ଅଂଚଳ ପ୍ରତି ସରକାରଙ୍କ ଅବହେଳା ବନ୍ଦ କରିବା ପ୍ରଭୃତି ବିଷୟରେ ଆଲୋଚନା ହୋଇଥିଲା। ଏହାକୁ ସରକାର ବିଚାରକୁ ନ ନେଲେ ଆଗକୁ ବଡ଼ ଧାରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande