ମାଲକାନଗିରି କେନ୍ଦୁପତ୍ର ସଙ୍ଘ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ
ମାଲକାନଗିରି, ୨୫ ଫେବ୍ରୁଆରି (ହି.ସ.) - ଆଜି ମାଲକାନଗିରି କେନ୍ଦୁପତ୍ର ସଙ୍ଘ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ୧୧୧ ଗୋଟି ପଂଚାୟତରେ କେନ୍ଦୁପତ୍ର ସ୍ଥାନୀୟ ବ୍ୟବସାୟୀ ମାନେ କେନ୍ଦୁପତ୍ର କ୍ରୟ କରିବାକୁ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ବିଗତ ବର୍ଷ ବାହାରୁ କ
ମାଲକାନଗିରି କେନ୍ଦୁପତ୍ର ସଙ୍ଘ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ


ମାଲକାନଗିରି, ୨୫ ଫେବ୍ରୁଆରି (ହି.ସ.) - ଆଜି ମାଲକାନଗିରି କେନ୍ଦୁପତ୍ର ସଙ୍ଘ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ୧୧୧ ଗୋଟି ପଂଚାୟତରେ କେନ୍ଦୁପତ୍ର ସ୍ଥାନୀୟ ବ୍ୟବସାୟୀ ମାନେ କେନ୍ଦୁପତ୍ର କ୍ରୟ କରିବାକୁ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ବିଗତ ବର୍ଷ ବାହାରୁ କେନ୍ଦୁପତ୍ର ବ୍ୟବସାୟୀ ମାନେ କେନ୍ଦୁପତ୍ର କ୍ରୟ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇନଥିବା ଉଲ୍ଲେଖ କରିଥିଲେ। କେନ୍ଦୁପତ୍ର ସଂଘ ସଭାପତି ଘନଶ୍ୟାମ ମାଡକାମୀ, ସମ୍ପାଦକ ଦିଲ୍ଲୀପ ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟମାନେ ଏ ସଂପର୍କରେ ଜିଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଦାବି ପତ୍ର ଦେବା ସହିତ ଆଲୋଚନା କରିଥିଲେ।

ପ୍ରକାଶ ଥାଉକି କେନ୍ଦୁପତ୍ର କ୍ରୟ ଲାଗି କେନ୍ଦୁପତ୍ର ବ୍ୟବସାୟୀ ମାନେ ପୂର୍ବରୁ ଗ୍ରାମ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଆବେଦନ ପତ୍ର ଦାଖଲ କରୁଥିଲେ। ବର୍ତମାନ କେନ୍ଦୁପତ୍ର କ୍ରୟ ଲାଗି ପଂଚାୟତ କାର୍ଯ୍ୟାଳୟକୁ ନଯାଇ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ଟଙ୍କା ଓ ଆବେଦନ ପତ୍ର ପୈଠ କରାଯିବ ବୋଲି ସଂଘ ଦାବି ପତ୍ର ରେ ଉଲ୍ଲେଖ କରିଛି। ସଂପୃକ୍ତ ଜିଲ୍ଲା ପଂଚାୟତ ଅଧିକାରୀ କେଉଁ ବ୍ୟବସାୟୀ କେଉଁ ପଂଚାୟତରେ କେନ୍ଦୁପତ୍ର କ୍ରୟ କରିବ ବିଜ୍ଞପ୍ତି ପ୍ରକାଶ କରି ନିଷ୍ପତି ଗ୍ରହଣ କରିବେ । ଗତବର୍ଷ କେନ୍ଦୁପତ୍ର କେରି ପ୍ରତି ସରକାରୀ ସ୍ତରରେ ୩ ଟଙ୍କା ୨୦ ପଇସା,ବୋନସ ୮୦ ପଇସା ରେ କ୍ରୟ କରାଯାଇଥିବା ବେଳେ ଘରୋଇ ବ୍ୟବସାୟୀମାନେ ୫ ଟଙ୍କାରେ କେନ୍ଦୁପତ୍ର କେରି କ୍ରୟ କରୁଥିଲେ। ଚଳିତ କେନ୍ଦୁପତ୍ର କ୍ରୟ ଲାଗି କେରି ପ୍ରତି ସରକାରୀ ସ୍ତରରେ ମୂଲ୍ୟ ନିର୍ଦ୍ଧାରଣ ହୋଇ ନଥିବା ବେଳେ ଆଗାମୀ ଦିନରେ ଦର ଧାର୍ଯ୍ୟ ହେବ ବୋଲି କୁହାଯାଉଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande