କମ୍ପ୍ୟୁଟର ଡିଲର ସଂଘ ବୈଠକ
ଜୟପୁର, ୨୫ ଫେବ୍ରୁଆରି (ହି.ସ.) - କମ୍ପ୍ୟୁଟର ଡିଲର ସଂଘର ବୈଠକ ସ୍ଥାନୀୟ ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପି.ଗୌତମ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଡିଲରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଲୋଚନା କରାଯିବା ସହ ସରକାରୀ ଟେଣ୍ତର ପ୍ରକିୟାରେ ଜୟପୁରର ଦୋକାନ ମାଲିକ ମ
କମ୍ପ୍ୟୁଟର ଡିଲର ସ˚ଘ ବୈଠକ


ଜୟପୁର, ୨୫ ଫେବ୍ରୁଆରି (ହି.ସ.) - କମ୍ପ୍ୟୁଟର ଡିଲର ସଂଘର ବୈଠକ ସ୍ଥାନୀୟ ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପି.ଗୌତମ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଡିଲରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଲୋଚନା କରାଯିବା ସହ ସରକାରୀ ଟେଣ୍ତର ପ୍ରକିୟାରେ ଜୟପୁରର ଦୋକାନ ମାଲିକ ମାନେ କିପରି ସାମିଲ ହେବେ ସେନେଇ ଆଲୋଚନା କରାଯାଇଥିଲା। ଠିକରେ ବ୍ୟବସାୟ କରି ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା, ଉପଯୁକ୍ତ ସେବା ଯୋଗାଇଦେବା, ସୁଲଭ ମୂଲ୍ୟରେ କମ୍ପ୍ୟୁଟର ପ୍ରଦାନ କରିବା ପ୍ରତି ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ଜୟପୁର ସହରରେ ସେଲସ ସର୍ଭିସରେ ଆଇ ଟି ହବ ହେବ ସେଥିନିମନ୍ତେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ବ୍ୟବସାୟୀ ମାନେ ନିଜ ନିଜ ମତ ଦେଇଥିଲେ। ସପ୍ସଘ ପରିଚାଳନା ନିମନ୍ତେ ସଭାପତି ଭାବେ ପ୍ରତ୍ୟୁଷ ମିଶ୍ର ଓ ସାଧାରଣ ସପ୍ସପାଦକ ଭାବେ ନିରଜ ପରିଡାଙ୍କୁ ନୂଆରେ ଦାୟିତ୍ୱ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande