ବାର୍ଦ୍ଧକ୍ୟ ଭତାରୁ ବଂଚିତ ୭୦ ବର୍ଷର ବୃଦ୍ଧା ଚିତ୍ରା ସା
ବଲାଙ୍ଗୀର,୨୫ ଫେବୃଆରୀ(ହି.ସ.) – ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଂଚାୟତର କୁଟାସିଂହା ଗ୍ରାମର ପଡାଗ୍ରାମ କଂଟାପାଳି ରେ ଅବସ୍ଥିତ ଥିବା ମୂଳ ବାସିନ୍ଦା ଚିତ୍ରା ସା ଆଜକୁ ୧ ବର୍ଷ ୪ ମାସ ବିଗତ ତା .୨୦/୧୦/୨୦୨୪ରେ ଏସଏସଈପିଡି ବିଭାଗରେ ଅନଲାଇନ କରିଛନ୍ତି। ଏଠାରେ ସ
ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ୭୦ ବର୍ଷର ବୃଦ୍ଧା ଚିତ୍ରା ସା।


ବଲାଙ୍ଗୀର,୨୫ ଫେବୃଆରୀ(ହି.ସ.) – ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଂଚାୟତର କୁଟାସିଂହା ଗ୍ରାମର ପଡାଗ୍ରାମ କଂଟାପାଳି ରେ ଅବସ୍ଥିତ ଥିବା ମୂଳ ବାସିନ୍ଦା ଚିତ୍ରା ସା ଆଜକୁ ୧ ବର୍ଷ ୪ ମାସ ବିଗତ ତା .୨୦/୧୦/୨୦୨୪ରେ ଏସଏସଈପିଡି ବିଭାଗରେ ଅନଲାଇନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ତାଙ୍କ ପରିବାରର ସ୍ୱାମୀ ଛେଳି ଚରାଇ ଜୀବିକା ମେଂଟାଇଥାନ୍ତି। ତାଙ୍କ ରୋଜଗାରକ୍ଷମ କମିହା ପୁଅର ମଧ୍ୟ ମୃତ୍ୟୁ ଗତ ୨୦୨୨ ମସିହାରେ ହୋଇଯାଇଛି। ନିଜେ ଏବଂ ବୋହୂ ଓ ନାତିର ବୋଝ ତୁଲାଇବାକୁ ପଡୁଛି। ଗରିବ ପରିବାର ଜମି କହିଲେ ନାମକୁ ମାତ୍ର ଥିବାବେଳେ ଭତାରୁ ବଂଚିତ ହେବା ଏକ ଦୁଃଖ ଓ ପରିତାପର ବିଷୟ ବୋଲି ଚିତ୍ରା ସା ଜଣାଇଛନ୍ତି।ତେଣୁ ଯଥା ଶୀଘ୍ର ଭତା ପ୍ରଦାନ କରିବାକୁ ଦାବି ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande