କାଠ ଡିପୋ ଓ କରତ କଳ ଭିତରେ ଗଛ ତଳେ ଜଣେ ବୃଦ୍ଧାଙ୍କ ଚାପି ହୋଇ ମୃତ୍ୟୁ
ବଲାଙ୍ଗୀର,୨୫ ଫେବୃଆରୀ(ହି.ସ.) – ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜିରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମ ର କାଠ ଡିପୋ ଓ କରତ କଳ ଭିତରେ ଗଛ ତଳେ ଜଣେ ବୃଦ୍ଧା ଚାପି ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ଅନୁସାରେ କଂଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆଁ ଗାଁର ବେଲବତି ବରିହା ବୟସ-୯୦ ବୋଲି ଜଣାପଡିଛି।
କାଠ ଡିପୋ ଓ କରତ କଳ ଭିତରେ ଗଛ ତଳେ ଜଣେ ବୃଦ୍ଧା ଙ୍କ ଚାପି ହୋଇ ମୃତ୍ୟୁ


ବଲାଙ୍ଗୀର,୨୫ ଫେବୃଆରୀ(ହି.ସ.) – ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜିରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମ ର କାଠ ଡିପୋ ଓ କରତ କଳ ଭିତରେ ଗଛ ତଳେ ଜଣେ ବୃଦ୍ଧା ଚାପି ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ଅନୁସାରେ କଂଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆଁ ଗାଁର ବେଲବତି ବରିହା ବୟସ-୯୦ ବୋଲି ଜଣାପଡିଛି। ସେ ସୋମବାର ଦିନରୁ ଘରୁ ବାହାରିଥିଲେ।

ଏବଂ ଘର ଆଉଁ ଫେରିଥିଲେ ପରିବାର ଲୋକେ ଅନେକ ଖୋଜାଖୋଜି କରିବାରୁ ମଧ୍ୟ ପାଇନଥିଲେ। ବୃଦ୍ଧା ଜଣକ ଅନେକ ସମୟରେ କଂଟାବାଞ୍ଜି ରେ ଥିବା କାଠ ଡିପୋ ଛିଲପା ନେବାକୁ ଆସୁଥିଲେ। ତେଣୁ ବୁଧବାର ତାଙ୍କ ପରିବାର ଲୋକେ କାଠ ଡିପୋ ଖୋଜିବାକୁ ଆସିଥିବାବେଳେ ବୃଦ୍ଧା ଜଣଙ୍କ କାଠ ତଳେ ଚାପି ହୋଇ ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ବୃଦ୍ଧାଙ୍କୁ ଉଦ୍ଧାର କରି କଂଟାବାଞ୍ଜିରେ ଶବ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ ଆରମ୍ଭ କରିଛି କଂଟାବାଞ୍ଜି ପୋଲିସ ବୋଲି ଜଣାପଡିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande