
ଜୟପୁର, 25 ଫେବ୍ରୁଆରି (ହି.ସ.) - ଜଣେ ୧୭ ବର୍ଷୀୟା ନାବାଳିକା ପ୍ରେମ ଓ ପ୍ରେମିକ ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ଯାହା ବୋରିଗୁମ୍ମା ସମେତ ସାରା କୋରାପୁଟ ଜିଲ୍ଲାରେ ଚାଂଚଲ୍ୟ ସୃଷ୍ଟି କରିଛି। ବୋରିଗୁମ୍ମା ସହର ର ଦାସିରି ସାହି ପ୍ରେମ ପାଇଁ ହୋଇଛି ଡବଲ ମର୍ଡର। ନାବାଳିକା ଜଣକ ନିଜ ପ୍ରେମିକ ଓ ପ୍ରେମିକଙ୍କ ସାଙ୍ଗ ମାନଙ୍କ ସହ ମିଶି ନିଜ ମାଆ ଓ ସାନ ଭାଇ କୁ ହତ୍ୟା କରିଛି। ଡବଲ ମର୍ଡର ର ଶିକାର ହୋଇଥିବା ମହିଳା ଙ୍କ ନାମ ଅନୁଷ୍କା ପରିଡା(୪୫ ବର୍ଷ) ଓ ପୁଅ ଏହେମ ପରିଡା(୧୩ ବର୍ଷ)।ଆଜି କୋରାପୁଟ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ବୋରିଗୁମ୍ମା ଏସ୍ଡିପିଓ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ସମ୍ମିଳନୀରେ ବହୁ ଚର୍ଚ୍ଚିତ ଡବଲ ମର୍ଡର ର ଖୁଲାସା କରିଛନ୍ତି।ଡବଲ ମର୍ଡର ଘଟଣା ରେ ଜୈନିକ ନାବାଳିକା ,ପ୍ରେମିକ ଓ ପ୍ରେମିକ ର ତିନି ଜଣ ସାଙ୍ଗ ମିଶି କିଭଳି ଭାବେ ହତ୍ୟା କରିଥିଲେ, ସେ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ।ଅଭିଯୁକ୍ତ ମାନେ ହେଲା ନାବାଳିକା ର ପ୍ରେମିକ ପି.ଆଦି ନାରାୟଣ ରାଓ(୨୧ ବର୍ଷ) ଘର ଦାସିରି ସାହି ବୋରିଗୁମ୍ମା ଓ ଅନ୍ୟ ତିନି ଜଣ ହେଲେ ପ୍ରୀତ ନାୟକ (୧୯ ବର୍ଷ),ଦାସିରି ସାହି ବୋରିଗୁମ୍ମା, ଆଦି ନାରାୟଣ ପାଣିଗ୍ରାହୀ(୧୯ ବର୍ଷ) ଘର ବିଜାପୁର ଗ୍ରାମ ଓ ଜଗନ୍ନାଥ ଯାନୀ(୨୦ ବର୍ଷ) ନିଜ ଘର କମତା ହୋଇଥିବା ବେଳେ ସେ ବୋରିଗୁମ୍ମା ହାଟପଦା ରେ ରହିଆସୁଥିଲେ।ପ୍ରକାଶ ଥାଉକି ଗତ ୨୦.୦୨.୨୬ ରେ ମୃତ ମହିଳା ଙ୍କ ଭାଇ ସତ୍ୟବାନ ପାତ୍ର ନିଜ ଭଉଣୀ ଓ ଭଣଜା ନିଖୋଜ ନେଇ ବୋରିଗୁମ୍ମା ଥାନାରେ ଲିଖିତ ଭାବେ ଜଣାଇଥିଲେ।ନିଖୋଜ ମାମଲା ର ଠିକ ଦୁଇ ଦିନ ପରେ କୋଟପାଡ଼ ଥାନା ଅନ୍ତର୍ଗତ ଅଣ୍ଡରାମୁଣ୍ଡା କେନାଲ ରୁ ପୁଅ ର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଗତକାଲି ମଙ୍ଗଳବାର ସକାଳେ ମାଆ ଅନୁଷ୍କା ପରିଡା ଙ୍କ ମୃତ ଦେହ ଜୟନ୍ତୀଗିରି କେନାଲ ରୁ ମିଳିଥିଲା।କୋରାପୁଟ ରୁ ସାଇଁଟିଂଫିକ ଟିମ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରିଛନ୍ତି।ମାଆ ଓ ପୁଅ ଙ୍କ ମୃତ ଦେହ କୋରାପୁଟ ମେଡ଼ିକାଲ କଲେଜ ରେ ରଖାଯାଇଛି।ପରବର୍ତ୍ତୀ ସମୟରେ ଦୁହେଁ ଙ୍କ ମୃତ ପରିବାର ଙ୍କ ସମ୍ମୁଖରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି।ଅନ୍ୟପଟେ ପୋଲିସ ସାମ୍ବାଦିକ ସମ୍ମିଳନୀରେ ମାଆ ଓ ପୁଅ କୁ କିଭଳି ଭାବେ ହତ୍ୟା ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି।ଗତ ୧୮.୦୨.୨୬ ରେ ଦାସିରି ସାହି ଅନୁଷ୍କା ପରିଡା ଓ ତାଙ୍କ ପୁଅ ଏହେମ ପରିଡା ଶୋଇଥିବା ବେଳେ ବିଳମ୍ବିତ ରାତିରେ(ପ୍ରାୟ ରାତି ୧ )ଟା ନାବାଳିକା ,ତାର ପ୍ରେମିକ ପି.ଆଦି ନାରାୟଣ, ଆଦି ନାରାୟଣ ପାଣିଗ୍ରାହୀ ଓ ଜଗନ୍ନାଥ ଯାନୀ ମିଶି ପ୍ରଥମେ ମାଆ କୁ ଛୁରୀ ରେ ତଣ୍ଟି କାଟିବା ସହ ଶରୀର ର ବିଭିନ୍ନ ସ୍ଥାନରେ ଛୁରୀ ଭୁସିଥିଲେ ପରେ ଶୋଇଥିବା କୁ ପୁଅ କୁ ଶରୀର ର ବିଭିନ୍ନ ସ୍ଥାନରେ ଛୁରୀ ଭୂସୀ ହତ୍ୟା କଲା ପରେ ଏକ ସ୍କୁଟିରେ ପ୍ରଥମେ ପୁଅ ମୃତ ଦେହ କୁ ଜୟନ୍ତୀଗିରି କେନାଲରେ ଫିଙ୍ଗି ଥିଲେ।ପରେ ମାଆ ର ମୃତ ଦେହ କୁ ପୁଣି ସ୍କୁଟି ରେ ଆଣି କେନାଲ ରେ ପକାଇଥିଲେ।ଏଭଳି ଜଘନ୍ୟ ହତ୍ୟାକାଣ୍ଡ ବୋରିଗୁମ୍ମା ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବା ବେଳେ ନାବାଳିକା ର ସାହସ କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ହେଉଛି।ପୋଲିସ ପାଞ୍ଚ ଅଭିଯୁକ୍ତ ନାମରେ ହତ୍ୟା ମାମଲା କେସ ନମ୍ବର-୪୫/୨୬ ଦଫା-୧୦୩(୧),୩୩୮/୩(୫) ରୁଜୁ କରାଯାଇଛି।ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା ଓ ଥାନା ଆଇଆଇସି ରାମାନନ୍ଦ ସାହୁ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି