
ଭୁବନେଶ୍ୱର , ୨୫ ଫେବୃଆରୀ (ହି.ସ.) - ପୂର୍ବରୁ ବିଜେଡି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା। ବର୍ତମାନ ସମୟ ଆସିଛି ବିଜେପି ବିଜେଡିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ କରି ଋଣ ସୁଝୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ମହେଶ ସାହୁ। ସେ କହିଛନ୍ତି ଯେ ରାଜ୍ୟ ସଭା ଚତୁର୍ଥ ସିଟ୍ ପାଇଁ ନୂଆ ମାର୍ଗଦର୍ଶନ ହେବ। ନବୀନ ବାବୁ ଚମତ୍କାର ଦେଖାଇବେ। ଅତୀତରେ ଅଶ୍ୱିନୀ ବୈଷ୍ଣବ ବିଜେଡ଼ି ସମର୍ଥନରେ ଯାଇ ବିଜେପି ହେବା ପରି, ବିଜେଡ଼ି ଚତୁର୍ଥ ପ୍ରାର୍ଥୀ ଦେବଫ ଆଉ ବିଜେପି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏଭଳି ଚାପ ସୃଷ୍ଟି ହେବ ଯେ ବିଜେଡ଼ି ପ୍ରାର୍ଥୀ ରାଜ୍ୟସଭା ଯିବ। ବିଜେପି ଓ କଂଗ୍ରେସ ଆକଳନ କାମ ଦେବନି। କିନ୍ତୁ ଚତୁର୍ଥ ପ୍ରାର୍ଥୀ ନିରପେକ୍ଷ ହେବା ଆବଶ୍ୟକ। ବିଜେଡ଼ି ଯଦି ପ୍ରଥମେ ପ୍ରସ୍ତାବ ଦିଏ ଓ କଂଗ୍ରେସ ବିନା ସର୍ତରେ ସମର୍ଥନ ଦିଏ ତାହାଲେ ଅସୁବିଧା କିଛି ହେବନି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା