ମାଓବାଦୀ ରୁପୁ ସିଂକୁ ୬ ଦିନିଆ ରିମାଣ୍ଡରେ ନେଲା ଏନଆଇଏ
ରାଉରକେଲା ରେଳଲାଇନ ବିସ୍ଫୋରଣ ଘଟଣା - ଭୁବନେଶ୍ୱର , ୨୫ ଫେବୃଆରୀ (ହି.ସ.) - ରାଉରକେଲା ରେଳ ଲାଇନ ବିସ୍ଫୋରଣ ଘଟଣାରେ ଗିରଫ ହାର୍ଡକୋର ମାଓବାଦୀ ରୁପୁ ସିଂକୁ ୬ ଦିନିଆ ରିମାଣ୍ଡରେ ନେଇଛି ଏନଆଇଏ ଟିମ୍ । ଏନଆଇଏ ଟିମ୍ ବୁଧବାର ଦିନ ଭୁବନେଶ୍ୱର ଝାରପଡା ଜେଲରେ ପହଂଚି ରୁପୁ ସିଂକୁ ରିମାଣ୍ଡରେ ନ
NIA CONDUCTS RAIDS PFI CENTERS


ରାଉରକେଲା ରେଳଲାଇନ ବିସ୍ଫୋରଣ ଘଟଣା

-

ଭୁବନେଶ୍ୱର , ୨୫ ଫେବୃଆରୀ (ହି.ସ.) - ରାଉରକେଲା ରେଳ ଲାଇନ ବିସ୍ଫୋରଣ ଘଟଣାରେ ଗିରଫ ହାର୍ଡକୋର ମାଓବାଦୀ ରୁପୁ ସିଂକୁ ୬ ଦିନିଆ ରିମାଣ୍ଡରେ ନେଇଛି ଏନଆଇଏ ଟିମ୍ । ଏନଆଇଏ ଟିମ୍ ବୁଧବାର ଦିନ ଭୁବନେଶ୍ୱର ଝାରପଡା ଜେଲରେ ପହଂଚି ରୁପୁ ସିଂକୁ ରିମାଣ୍ଡରେ ନେଇଛି। ରାଉରକେଲା ଟୋପଡ଼ିହି ରେଂଜେଡି ନିକଟରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଏଥବା ଓରାମ ନାମକ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଏନେଇ ଏନଆଇଏ ଟିମ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ହାର୍ଡକୋର ମାଓବାଦୀ ରୁପୁ ସିଂକୁ ଗିରଫ କରିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande